ମ୍ୟାଚ୍ ଫିକ୍ସିଙ୍ଗ୍ ମାମଲାରେ ଫସିଥିବା ଏସ୍ . ଶ୍ରୀଶନ୍ଥଙ୍କ ଉପରୁ ହଟିଲା ବ୍ୟାନ୍ !

କ୍ରିକେଟର ଏସ ଶ୍ରିଶାନ୍ଥଙ୍କ ଉପରେ ଆଇପିଏଲ ସ୍ପଟ୍ ଫିକ୍ସିଂ ଲାଗିଥିବା ଆଜୀବନ ପ୍ରତିବନ୍ଧକ କୁ ହଟାଇ ଦିଆଯାଇଛି। ସୁପ୍ରିମକୋର୍ଟ ଙ୍କ କହିବା ଅନୁସାରେ ବିସିସିଆଇ ପକ୍ଷରୁ ଅନୁଶାଶନାତ୍ମକ କାର୍ଯ୍ୟକାରିତା କରିବାର ଅଧିକାର ଅଛି।ଏବଂ କହିବା ଅନୁସାରେ ବିସିସିଆଇ ଶ୍ରିଶାନ୍ଥଙ୍କ ଉପରେ ଲଗାଇଥିବା

ଆଜୀବନ ପ୍ରତିବନ୍ଧକ ଉପରେ ପୁନଃ ବିଚାର କରନ୍ତୁ ଏବଂ ୩ ମାସ ଭିତରେ ଏଥିପାଇଁ ଦଣ୍ଡ ଦେବାକୁ ଆଦେଶ ମଧ୍ୟ ଦେଇଛନ୍ତି।ଏବଂ କୋର୍ଟ ଏ କଥା ମଧ୍ୟ କହିଛନ୍ତି କି ବିସିସିଆଇ ଶ୍ରିଶାନ୍ଥଙ୍କ କଥା ମଧ୍ୟ ଶୁଣନ୍ତୁ।ଏବଂ ବିସିସିଆଇ ଦେଇଥିବା ଲାଇଫ ଟାଇମ୍ ଦଣ୍ଡ ବହୁତ୍ ଅଧିକ ହେଇଯାଉଛି ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ତେବେ ବିସିସିଆଇ ଶ୍ରିଶାନ୍ଥଙ୍କ ଉପରେ ଆଇପିଏଲ ୨୦୧୩ ମସିହାରେ ହେଉଥିବା ସ୍ପଟ୍ ଫିକ୍ସିଂ ଦୋଷୀ ମାନି ଶ୍ରିଶାନ୍ଥଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା।ଏହାର ବିପକ୍ଷରେ ଶ୍ରିଶାନ୍ଥ ସୁପ୍ରିମକୋର୍ଟ ରେ କେସ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *