ବିଜେପି ରେ ଯୋଗ ଦେଲେ ବିଜେଡି ଛାଡିଥିବା ନବରଙ୍ଗପୁର ସାଂସଦ

ବିଜେଡି ରେ ଅବହେଳା ର କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଶେଷରେ ପଦ୍ମ ପୋଖରୀ ରେ ପାଦ ଧରିଛନ୍ତି I ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୈଜୟନ୍ତ ପଣ୍ଡା ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବସନ୍ତ ପଣ୍ଡା, ଜୁଏଲ ଓରାମଙ୍କ ସହିତ ଅରୁଣ ସିଂହ ଙ୍କ ଉପସ୍ତିତି ରେ ବିଦ୍ଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେଇଛନ୍ତି I 7ବର୍ଷର ଚାକିରୀ ଛାଡି ବିଜେଡି ରେ ଯୋଗ ଦେଇ ବିଜୟୀ ହେଇଥିବା ମାଝୀଙ୍କୁ ବିଜେଡି ପକ୍ଷରୁ ଅବେହଳା କରାଯାଇଥିଲା I

ତେବେ ମାଝୀ ବିଜେଡି ଛାଡିବା ପରେ ଓଡିଶା Exclusive ତରଫରୁ ଏକ ବିଶେଷ ତଥ୍ୟ ସହିତ କୁହାଯାଇଥିଲା କି ଖୁବ ଶୀଘ୍ର ଶ୍ରୀ ମାଝୀ ବିଜେପି ରେ ଯୋଗ ଦେବେ I

Leave a Reply

Your email address will not be published. Required fields are marked *