ଏହି ପାଞ୍ଚଟି ଲକ୍ଷଣ ଦେଖାଦେଲେ ଜାଣନ୍ତୁ ଆପଣଙ୍କ ପ୍ରେମ ସତ

ଆଜିକା ଯୁଗରେ ସମ୍ପର୍କ କୁ ନେଇ ସବୁବେଳେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି I ଲୋକ ସମ୍ପର୍କକୁ ଠିକ ରେ ବୁଝିପାରୁଛନ୍ତି ନା ଛାଡିପାରୁଛନ୍ତି I ଏହାର କାରଣ ହେଉଛି ସମ୍ପର୍କରେ ଭଲପାଇବାକୁ ଛାଡି ଆଉ ସବୁକିଛି ଅଛି I କେତେ ସହଜ କହିଦେବା ମୁ ତୁମକୁ ଭଲପାଏ I ଯିଏ କହନ୍ତି ତୁ ନମିଳିଲେ ମରିଯିବି ସେ ଆଜିବି ବଞ୍ଚିଛନ୍ତି I ଶବ୍ଦରେ କହିଦେବା ମୁ ତୁମକୁ ଭଲ ପାଏ ବହୁତ ସହଜ ହୋଇଥାଏ କିନ୍ତୁ ତାକୁ କାମରେ କରି ଦେଖେଇବା ବହୁତ କଠିନ ହୋଇଥାଏ I

କହିବାରେ କଣ ଅଛି କହିବା ପାଇଁତ ବହୁତ କିଛି ଅଛି ଲୋକ କୁହନ୍ତି ଆଜିକାଲି ଜର ଫ୍ରୀରେଭି ମିଳୁନି କିନ୍ତୁ ଆଜିକାଲି କାହାକୁ କଥା ଦେବା ଓ ଶପଥ ନେବା ସିଏତ ଫ୍ରି ଅଛି I ଆମେ ଏହା କହୁନୁ ଯେ ଲୋକଙ୍କ ଉପରେ ବିଶ୍ୱାସ କରନି ବୋଲି କିନ୍ତୁ ସିଏ ଯା କହୁଛନ୍ତି ତାକୁ ସତ ନମାନି,, ସିଏ ଯାହା ତମ ସହିତ କରୁଛନ୍ତି ତାକୁ ସତ ମାନ I ଲୋକ ଯେଉଁ କଂପାନୀରେ ପଇସା ଲଗାଉଛନ୍ତି ପ୍ରଥମେ , ପତା ଲଗାଯାଉଛନ୍ତି କି ସେ କମ୍ପାନୀ ଠକ କି ସତ I ଅଳ୍ପ ଧନ ସୁରକ୍ଷିତ ପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି I ଯେଉଁଠି ଆପଣ ନିଜକୁ ସମର୍ପିତ କରୁଛନ୍ତି ସେଠି କାହିଁକି ବିନା ଭାବିବା ଚିନ୍ତାରେ ଆଗକୁ ବଢି ଯାଉଛନ୍ତି I ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସମ୍ପର୍କ ସୁସ୍ତ ଓ ଖୁସି ରହୁ I ତ ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ଠିକ ସମ୍ପର୍କରେ ଅଛନ୍ତି କୀ ଭୁଲରେ I

ପାଂଚଟି ଲକ୍ଷଣ 1.ସବୁଠୁ ପ୍ରଥମେ ଦେଖନ୍ତୁ ସେଇ ମଣିଷ ଆପଣଙ୍କୁ ଦେବାରେ ଖୁସି ହୋଇଥାଏ ନା ସବୁବେଳେ ଆପଣଙ୍କୁ ମାଗୁଥାଏ I କାହିଁକିନା ସତ ଭଲପାଇବାରେ ସବୁବେଳେ ଦେବାରେ ଖୁସି ମିଳିଥାଏ I ଯଦି ଆପଣଙ୍କୁ ଲାଗୁଛି ଆପଣ ଦେବା ଛାଡ଼ିଦେଲେ ଆପଣଙ୍କ ଭଲପାଇବା ଭାଙ୍ଗିଯିବ ତ ଆପଣ ଠିକ ସମ୍ପର୍କରେ ନାହାନ୍ତି I
2.ଦେଖନ୍ତୁ ଆପଣଙ୍କ ପ୍ରତି ତାର ଚିନ୍ତା ଅଛିକି ନାହିଁ :ଯିଏ ସତ ଭଲପାଇବା ପାଇଥାଏ ତାକୁ ସବୁଠୁ ବେଶୀ ଚିନ୍ତା ଆପଣଙ୍କର ଥାଏ ତମଠୁ ବଳି ତାପାଇଁ ଆଉ କିଛି ହେବ ନାହିଁ I

3.ଆପଣ ତା ସହିତ ନିଶ୍ଚିତ ଖୁସି ନା ଦୁଃଖ ଓ ଚିନ୍ତାରେ ବୁଡି ରହିଛନ୍ତି:ସେଇ ସଂପର୍କରେ ଆପଣ ଖୁସି ରହୁଛନ୍ତି କି ଦୁଃଖରେ ରହୁଛନ୍ତି ଓ ତା ସାଥିରେ ହାଲକା ଲାଗେ ନା ଭାରି ଲାଗେ 4.ଆପଣଙ୍କୁ କଥା ଲୁଚୋଉଛି କି ଆପଣଙ୍କ ସାଥିରେ କଥା ସେୟାର କରୁଛି :-ଆମେ ଯାହାକୁ ବେଶୀ ଭଲପାଇଥାଉ ତା ସହିତ ଛୋଟ ଛୋଟ କଥା ସେୟାର

କରିବାକୁ ଭଲ ଲାଗେ ଓ ସତ କଥା କହିବାକୁ ଭଲ ଲାଗେ I ଯେଉଁଠି ମିଛ ଓ ଲୁକା ଛୁପି ଅଛି ସେଠି ସତ ଭଲପାଇବା ନାହିଁ I 5.ସେ ଆପଣଙ୍କ ସାଥିରେ ସବୁ ସମୟରେ ସମୟ ବିତାଇବାକୁ ଚାହୁଛିଁ ନା ଆପଣଙ୍କ ସାଥିରେ ବୋର ହେଉଛି ,ନା ଆପଣଙ୍କ ସାଥିରେ ସମୟ ନବିତାଇବାର ବାହାନା କରୁଛି I

Leave a Reply

Your email address will not be published. Required fields are marked *