ଭୁବନେଶ୍ୱର ରୁ ଅପରାଜିତା , କେନ୍ଦ୍ରାପଡ଼ାରୁ ବୈଜୟନ୍ତ ଜାଣନ୍ତୁ ଆଉ କିଏ କେଉଁଠି !!

ଦୀର୍ଘ 4ଦିନ ଧରି ଲାଗିରହିଥିବା ଚର୍ଚାର ଅନ୍ତ ଘଟାଇ ଶେଷରେ ଆଜି ବିଜେପି ର ଓଡିଶା ପାଇଁ ୧୦ ଟି ଲୋକସଭା ଆସନରେ କାହାକୁ ପ୍ରାଥୀ କରାଯିବ ସେନେଇ ଘୋଷଣା କରାଯାଇଛି I ଏହା ସହିତ ବିଜେପି ମୋଦିଙ୍କ ଲଢ଼ିବା ନେଇ ମଧ୍ୟ ସ୍ପଷ୍ଟ କରିଛି ଯେ ସେ ବାରଣାସୀ ରୁ ଲଢ଼ିବେ I ଓଡିଶା ପାଇଁ ପୁନର୍ବାର କେନ୍ଦ୍ରାପଡା ପାଇଁ ବିଜେପି ବୈଜୟନ୍ତ ଙ୍କ ଉପରେ ଭରଷା କରିଥିବା ବେଳେ ଭୁବନେଶ୍ୱର ପାଇଁ ଅପରାଜିତା ଷଡ଼ଙ୍ଗୀ ,ସୁନ୍ଦରଗଡ଼ ପାଇଁ ଜୁଏଲ ଓରାମ,ବଲାଙ୍ଗୀର ଲୋକସଭା ପାଇଁ ସଙ୍ଗୀତା କୁମାରି ସିଂହ ଦେଓ ଙ୍କ ନାମ ଘୋଷଣI

କରିଛି ସେହିପରି ଦଳର ପୁରୁଣା ନେତା ପ୍ରତାପ ଷଡ଼ଙ୍ଗୀ ଙ୍କୁ ବାଲେଶ୍ୱର ଆସନ ରୁ ପ୍ରାଥୀ କରିଥିବା ବେଳେ ବିଜେଡି ଛାଡି ବିଜେପି ରେ ସାମିଲ ହେଇଥିବା ବଳଭଦ୍ର ମାଝୀ ଙ୍କୁ ନବରଙ୍ଗପୁର ଆସନ ପାଇଁ ପ୍ରାଥୀ କରାଯାଇଛି I ସେହିଭଳି – ଢେଙ୍କାନାଳ ପାଇଁ ରୁଦ୍ର ନାରାୟଣ ପାଣି ଏବଂ କେନ୍ଦୁଝର ପାଇଁ ଅନନ୍ତ ନାୟକ ମନୋନୀତ ହେଇଛନ୍ତି

I ଶ୍ରିମତି ପ୍ରିୟଦର୍ଶିନୀ ଆସ୍କା ଲୋକସଭା ପାଇଁ ମନୋନୀତ ହେଇଥିବା ବେଳେ ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର ଙ୍କ ନାମ ଘୋଷଣା କରାଯାଇଛି I

Leave a Reply

Your email address will not be published. Required fields are marked *