ପୁଅ ଜନ୍ମ ଦିନରେ ଛାଡି ଚାଲିଗଲେ ମା ,ଆଜି ସମ୍ବିତ ଙ୍କ ଜନ୍ମ ଦିନ ,ବାହୁନି କାନ୍ଦୁଛନ୍ତି ଦାମ

ଆଜି ବରିଷ୍ଠ ନେତା ଦାମୋଦର ଙ୍କ ପତ୍ନୀ ଙ୍କ ବିୟୋଗ ପରେ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଛନ୍ତି ଶ୍ରୀଯୁକ୍ତ ରାଉତ I ମୁଖ୍ୟମନ୍ତ୍ରୀ ଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଦାମୋଦର ଙ୍କ ବାସଭବନ ରେ ପହଞ୍ଚି ଦାମୋଦର ଙ୍କ ପତ୍ନୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି I ବହୁଦିନ ଧରି ଅସୁସ୍ଥ ଥିବାରୁ ସ୍ନେହଲତା ଆଜି ଆରପାରିକି ଚାଲିଯାଇଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 72ବର୍ଷ ହେଇଥିଲା I ତେବେ ସବୁଠୁ ବଡ ଦୁଃଖର କଥା ଆଜି ତାଙ୍କ ପୁଅ ସମ୍ବିତ ଙ୍କର ଜନ୍ମ ଦିନ Iସମ୍ବିତ ଜନ୍ମ ଦିନ ମନାଇବାକୁ ପ୍ରସ୍ତୁତ ଥିବାବେଳେ ମା ଆରପାରିକି ଚାଲିଯାଇଛନ୍ତି I

କ୍ୟାମେରା ଆଗରେ ମା ଙ୍କ ବିୟୋଗ ବିଷୟରେ କହୁ କହୁ ନିଜର କୋହ କୁ ସମ୍ଭରଣ କରିପାରିନଥିଲେ ,ଭୋ ଭୋ ହେଇ କୁନି ପିଲାଙ୍କ ଭଳି କାନ୍ଦି ପକାଇଥିଲେ ସମ୍ବିତ I ସୂଚନା ଥାଉ କି ସମ୍ବିତ ଦାମୋଦର ଙ୍କ ଉତ୍ତରାଧିକାରୀ ଭାବେ ଦଳରୁ ପାରାଦୀପ ପାଇଁ ଲଢ଼ିବାକୁ ଇଛୁକ ଅଛନ୍ତି I

Leave a Reply

Your email address will not be published. Required fields are marked *