ବରିଷ୍ଠ ରାଜନେତା ଦାମ ରାଉତ ଙ୍କ ପତ୍ନୀ ଙ୍କ ବିୟୋଗ ପରେ ଆଜି ଦାମ ରାଉତ ଙ୍କ ଘରେ ଦେଖିବାକୁ ମିଳିଥିଲା ନବୀନ ଙ୍କୁ। ଦାମ ଙ୍କ ପତ୍ନୀ ସ୍ନେହଲତା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସୋକସନ୍ତପ୍ ପରିବାର ଙ୍କୁ ସମବେଦନା ଜଣାଇଥିଲେ ନବୀନ।
କେବଳ ନବୀନ ନୁହନ୍ତି ଅନେକ ବରିଷ୍ଠ ବିଜେଡ଼ି ନେତା ମାନଙ୍କୁ ମଧ୍ୟ ଦାମ ଙ୍କ ନିବାସ ରେ ଦେଖିବାକୁ ମିଳିଥିଲା।
ତେବେ ପ୍ରକାଶ ଥାଉ କି ମୃତ୍ୟୁ ବେଳକୁ ସ୍ନେହଲତା ଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘ ୨ ମାସ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।