ପାକିସ୍ତାନ ରେ ଦୁଇ ହିନ୍ଦୁ ନାବାଳିକା ଙ୍କୁ ଜୋର ଜବରଦସ୍ତ ଧର୍ଷଣ କରି ଧର୍ମ ପରିବର୍ତନ ସୁଷମା ମାଗିଲେ ରିପୋର୍ଟ

କିଛିଦିନ ତଳେ ପାକିସ୍ତାନ ରେ ଭାରତର କମାଣ୍ଡର ଅଭିନନ୍ଦନ ଙ୍କୁ ତ କିପରି ନିର୍ଯାତନା ଦିଆଯାଇଥିଲା ଆପଣମାନେ ସମସ୍ତେ ଭଲରେ ଜାଣିଛନ୍ତି I ଏବେ ପୁଣି ପାକିସ୍ତାନ ର ଅସଲ ଗୁମର ଖୋଲିଯାଇଛି I ପାକିସ୍ତାନ ରେ ସୁରକ୍ଷିତ ନୁହନ୍ତି ହିନ୍ଦୁ ମହିଳା Iଏମିତି ଏକ ଘଟଣା ସାମ୍ନାକୁ ଆସିଛି I ସାରା ଦେଶ ଖୁଶି ରେ ହୋଲି ଖେଳୁଥିବା ସମୟରେ ,ପାକିସ୍ତାନ ରେ ୨ ହିନ୍ଦୁ ନାବାଳିକାଙ୍କୁ ଜୋର ଜବରଦସ୍ତ ଘରୁ ଟେକିନେଇ ଧର୍ଷଣ କରାଯାଇଛି I କେବଳ ଏତିକି ନୁହେଁ ଉଭୟ ଙ୍କୁ ଧର୍ମ ପରିବର୍ତ୍ତନ କରି ଦିଆଯାଇଛି

I ଘଟଣାଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ପାକିସ୍ତାନ ରେ ଯେ ହିନ୍ଦୁ ମହିଳା ସୁରକ୍ଷିତ ନୁହନ୍ତି ଏକଥା ଜଣାପଡିଛି I ଘଟଣା ଜଣାପଡିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଏହା ଉପରେ ତଦନ୍ତ କରି ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ପାକିସ୍ତାନ ରେ ଥିବା ଭାରତ ଦୂତାବାସ କୁ ଚିଠି ଲେଖିଛନ୍ତି I

Leave a Reply

Your email address will not be published. Required fields are marked *