ଦେବରାଜ ଇନ୍ଦ୍ର ଓ ଅହଲ୍ୟାଙ୍କ କାହାଣୀ ,ଏହି କାରଣ ପାଇଁ ପାଷାଣୀ ହେଇଯାଇଥିଲେ ଅହଲ୍ୟା

ପୁରାଣ ଅନୁସାରେ ବ୍ରହ୍ମI ଏମିତି ଏକ ସ୍ତ୍ରୀକୁ ବନାଇଲେ ଯିଏ ସଂସାରର ସବୁଠୁ ସୁନ୍ଦର ସ୍ତ୍ରୀ ଥିଲା I ଯାହାର ସୁନ୍ଦରତା ଚାନ୍ଦକୁ କୋମଳତାରେ ଓ କୋମଳ ଯୌବନ ସ୍ୱର୍ଗକୁ ଫିକା କରୁଥିଲା I ସେହି ସୁନ୍ଦର ସ୍ତ୍ରୀର ନାମ ଥିଲା ଅହଲ୍ୟା I ଅହଲ୍ୟାର ସୁନ୍ଦରତା ଅନ୍ୟ କୌଣସି ସ୍ତ୍ରୀ ପାଖରେ ଦେଖାଯାଉନଥିଲା ସେଥିପାଇଁ ସବୁ ଦେବତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ I ବ୍ରହ୍ମI ଏକ ସର୍ତ ରଖିଲେ ଯିଏ ତିନିଲୋକର ଭ୍ରମଣ ସବୁଠୁ ପ୍ରଥମ କରିବ ସିଏ ଅହଲ୍ୟାକୁ ବିବାହ କରିବ ଏହା ଶୁଣିକି ସବୁ ଦେବତା ତିନିଲୋକର ଭ୍ରମଣ କରିବାକୁ ବାହାରିପଡିଲେ I ଦେବରାଜ ଇନ୍ଦ୍ର ତାଙ୍କ ସବୁ ଶକ୍ତି ବଳରେ ତିନିଲୋକ ପରିକ୍ରମା କରିଲେ ସବୁଠୁ ପ୍ରଥମେ ବିବାହ କରିବାକୁ ଅହଲ୍ୟାଙ୍କ ପାଖରେ ପହଁଚିଲେ ସେହି ସମୟରେ ନାରଦ ଆସି କହିଲେ ଇନ୍ଦ୍ରଙ୍କ ପୂର୍ବରୁ ଗୌତମ ପ୍ରଥମେ ପରିକ୍ରମା କରି ପହଂଚିଛନ୍ତି ତ ବିବାହ କରିବାର ଅଧିକାର ତାଙ୍କର ଅଛି I

ଇନ୍ଦ୍ର ନାରଦକୁ ପଚାରିଲେ କୃପା କରି କହିବେ ଗୌତମ ଏକ ମାନବ ହୋଇ ଏତେ ଶୀଘ୍ର କେମିତି ତିନିଲୋକ ପରିକ୍ରମା କଲେ I ନାରଦ ବୁଝାଇକି କହିଲେ ଯେ ତମର ମନେଥିବ ଯେ ଯଦି କୌଣସି ମାନବ ଗୋମାତାଙ୍କ ପରିକ୍ରମା କରେ ଓ ପରିକ୍ରମା କରିବା ସମୟରେ ଗୋମାତା ଛୋଟ ଛୁଆକୁ ଜନ୍ମ ଦିଏ ସେହି ପରିକ୍ରମା ତିନିଲୋକର ପରିକ୍ରମା ସହିତ ସମାନ ହୋଇଥାଏ ତାପରେ ଅହଲ୍ୟାଙ୍କ ବିବାହ ଗୌତମଋଷିଙ୍କ ସହିତ ହୁଏ I

ଗୌତମ ଅହଲ୍ୟାଙ୍କ ବିବାହ କରି ଚାଲିଗଲେ ଓ ଇନ୍ଦ୍ର କ୍ରୋଧ ,ବାସ୍ନାର ନିଆଁରେ ଜଳୁଥାନ୍ତି I ଇନ୍ଦ୍ର ଦେବ କାମନାର ବାସନାକୁ କାବୁ ରଖିପାରିଲେ ନାହିଁ ଓ ସେ ଚନ୍ଦ୍ର ଦେବଙ୍କ ସହିତ ଅହଲ୍ୟାର କୁଡ଼ିଆ ପାଖକୁ ଆସିଲେ I ତାଙ୍କୁ ଲୁଚି ଲୁଚି ଦେଖନ୍ତି I ଏଥିପାଇଁ ଚନ୍ଦ୍ର ଦେବ ଓ ଇନ୍ଦ୍ରଦେବ ଏକ ଷଡଯନ୍ତ୍ର ରଚିଲେ ମଧ୍ୟରାତିର ଅପେକ୍ଷା କଲେ I ଯେମିତି ମଧ୍ୟରାତି ଆସିଲା ସେମିତି ଚନ୍ଦ୍ରଦେବ କୁକୁଡ଼ା ରୂପ ଧାରଣ କରି ଗୌତମଙ୍କ କୁଡ଼ିଆ ପାଖକୁ ଆସିଲେ ଓ ରାବିବାକୁ ଲାଗିଲେ I

ଗୌତମଙ୍କୁ ଲାଗିଲାକି ସକାଳ ହେବାକୁ ଯାଉଛି ମତେ ଗଙ୍ଗାସ୍ନାନ କରିବାକୁ ପଡିବ I କୁକୁଡ଼ାର ଆବାଜ ଶୁଣି ଗୌତମ ତାଙ୍କ ବସ୍ତ୍ର ଉଠାଇ ନଦୀକୁ ସ୍ନାନ କରିବାକୁ ବାହାରି ପଡିଲେ I ଯେମିତି ଗୌତମ ସ୍ନାନ କରିବାକୁ ବାହାରିଗଲେ ସେମିତି ଇନ୍ଦ୍ରଦେବ ଗୌତମ ଋଷିଙ୍କ ରୂପ ଧାରଣ କରି କୁଡିଆକୁ ପ୍ରବେଶ କଲେ I ସେଠିକି ଗଲେ ଯେଉଁଠି ଅହଲ୍ୟା ସୋଇଥିଲେ I ଅହଲ୍ୟା ତାଙ୍କୁ ଦେଖି ପଚାରିଲେ ତମେ ଏବେ ସ୍ନାନ କରିବାକୁ ଯାଇଥିଲ, ଏତେ ଶୀଘ୍ର କେମିତି ଆସିଗଲ ଇନ୍ଦ୍ରଦେବ ଗୌତ୍ତମ ରୂଷିବେଶରେ ଜବାବ ଦେଲେ ମତେ ଲାଗିଲା ସକାଳ ହେବାକୁ ଆସୁଛି କିନ୍ତୁ ଏବେ ମଧ୍ୟରାତି ହୋଇଛି I ଅହଲ୍ୟା କିଛି କହିଲେ ନାହିଁ ଓ ଇନ୍ଦ୍ରଦେବ ତାଙ୍କ କାମବାସ୍ନା ପୁରା କରିବାକୁ ତାଙ୍କ ସହିତ ଲାଗିପଡ଼ିଲେ I ଏପଟେ ଚନ୍ଦ୍ରଦେବ ବାହାରେ ପ୍ରହାର ଦେଉଥିଲେ I ସେପଟେ ଗୌତମ ରୁଷି ପାଣିରେ ବୁଡ ଲଗେଇ କହୁଛନ୍ତି ଗଙ୍ଗା ମାଙ୍କୁ କୋଉ ମୂର୍ଖ ଯିଏ ମଧ୍ୟରାତିକୁ ରଦ୍ଧ କରିବାକୁ ଚାହୁଁଛି ଓ ଗଙ୍ଗାମା ପ୍ରକଟ ହୁଅନ୍ତି ଗୌତମ କୁହନ୍ତି ମୁଁ ଆପଣଙ୍କ ପୁତ୍ର ଏଥିରେ କ୍ରୋଧ ହେବାର ଆବଶ୍ୟକତା କଣ ଅଛି

I ଗଙ୍ଗାମା ଜାଣିପାରନ୍ତି ଗୌତମଙ୍କ ସହ ଛଳ ହେଉଛି ବୋଲି ଓ ଗଙ୍ଗା ମା କୁହନ୍ତି ତୁମ ସହିତ ଛଳ ହେଉଛି ତୁରନ୍ତ ତୁମେ କୁଡିଆକୁ ଫେରିଯାଅ I ଏତିକିରେ ଗୌତମ କୁକୁଡ଼ାର ଛଳକୁ ବୁଝିପାରିଲେ ଗୌତମ ଶୀଘ୍ର ତାଙ୍କ ବସ୍ତ୍ର ଉଠାଇଲେ ଓ କୁଡିଆ ଆଡକୁ ଫେରିଚାଲିଲେ I ଯେତେବେଳେ କୁଡ଼ିଆ ପାଖରେ ପହଁଚିଲେ ଦେଖିଲେ କୁକୁଡ଼ା ବର୍ତମାନ ଭି କୁଡ଼ିଆ ପାଖରେ ପ୍ରହାର ଦେଉଛି I ଗୌତମ କ୍ରୋଧ ହୋଇ କହୁଛନ୍ତି ହେ ଦୁଷ୍ଟ ମୋ ସହିତ ଛଳ କାଇଁ କଲ ଏତିକି କହିକି ଗୌତମ ଚନ୍ଦ୍ରଦେବ ଉପରେ ଏକ ପ୍ରହାର କଲେ ଯେଉଁଥିରେ ଚାନ୍ଦ ଉପରେ ଏକ ଦାଗ ଲାଗିଗଲା , ଗୌତମଙ୍କ ପ୍ରହାରରେ ଚନ୍ଦ୍ରଦେବ ଚିଲାଈକି ପଳାଇଗଲେ I

ଗୌତମ ରୁସି କୁଡିଆକୁ ପ୍ରବେଶ କଲେ
ଭିତର ଦୃଶ୍ୟ ଦେଖି କ୍ରୋଧର ଅଗ୍ନିରେ ଜଳିବାକୁ ଲାଗିଲେ ଓ ଉଚ୍ଚା ସ୍ୱରରେ କହିଲେ ହେ ଦୁଷ୍ଟପାପୀ କିଏ ତୁ ଏତିକିରେ ଇନ୍ଦ୍ରଦେବ ଥରିବାକୁ ଲାଗିଲେ ଓ ତାଙ୍କ ବାସ୍ତବ ରୁପକୁ ଫେରିଆସିଲେ ଅହଲ୍ୟା କାନ୍ଦିବାକୁ ଲାଗିଲେ ଓ ନିଜକୁ ଧିକାର କହିବାକୁ ଲାଗିଲେ ଓ ଗୌତମ ରୁଷି ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଓ ଅହଲ୍ୟାକୁ ଅଭିଶାପ ଦେଲେ କହିଲେ ତୁ କେମିତିକା ସ୍ତ୍ରୀ ଯିଏ ନିଜ ପତି ଓ ଅନ୍ୟ ପୁରୁଷ ଭିତରେ ଭେଦ କରିପାରିଲା ନାହିଁ ତୋ ପାଇଁ ମୁ ଓ ଅନ୍ୟ ପୁରୁଷ ଭିତରେ କୌଣସି ଭେଦ ନାହିଁ I

ଅହଲ୍ୟା କାନ୍ଦିବାକୁ ଲାଗିଲେ ଓ ଅପରାଧର କ୍ଷମା ମାଗିଲେ କିନ୍ତୁ ଗୌତମ କ୍ଷମା ଦେଲେ ନାହିଁ ଆଜୀବନ ପଥର ହେବାର ଅଭିଶାପ ଦେଲେ I ଏହା ଦେଖି ଇନ୍ଦ୍ରଦେବଙ୍କ ପାଦତଳୁ ମାଟି ଖସିପଡିଲା ଓ ସେ ତାଙ୍କୁ କ୍ଷମା ମାଗିବାକୁ ଲାଗିଲେ ଗୌତମ କହିଲେ ହେ ଦୁଷ୍ଟ ତୁ କ୍ଷମାର ଯୋଗ୍ୟ ନୁହଁ ତତେ ଦଣ୍ଡ ନିଶ୍ଚୟ ମିଳିବ ଏତିକି କହିକି ଗୌତମରୁଷି ଇନ୍ଦ୍ରଦେବଙ୍କୁ ଅଭିଶାପ ଦେଲେ I ମୁ ତତେ ଅଭିଶାପ ଦେଉଛି ତୋ ପୁରା ଶରୀରରେ କାମବାସନା ରହିଯିବ Iତୁ ଦେବତା ଙ୍କର ରାଜା ହେଲେ ମଧ୍ୟ କେଭେଁବି ମର୍ତ୍ୟଲୋକ ର ମନ୍ଦିରରେ ପୂଜା ପାଇପାରିବୁ ନାହିଁ I

Leave a Reply

Your email address will not be published. Required fields are marked *