ପାକିସ୍ତାନ ରେ ତୈଳ ଦର ଆକାଶଛୁଆଁ: ଡିଜେଲ୍ ୧୧୭ କୁ ପେଟ୍ରୋଲ ୯୯। ପାକିସ୍ତାନ ସୋସିଆଲ ମିଡିଆ ରେ କଟାକ୍ଷ ଇମ୍ରାନ୍

ସବୁ ଦେଶ ରେ ବର୍ତ୍ତମାନ ପେଟ୍ରୋଲ ଡିଜେଲ୍ ଆଦି ଏକ ଅତ୍ୟାବଶ୍ୟକୀୟ ଜିନିଷ। କୌଣସି ବି ଦେଶ ରେ ପେଟ୍ରୋଲ ଆଦି ର ଦର ବଢିଗଲେ ସରକାର ଙ୍କ ଉପରେ ସମାଲୋଚନା ଆରମ୍ଭ ହୋଇଯାଏ ଏବଂ ଅନ୍ୟ ଦେଶ ମାନଙ୍କ ସହ ତୁଳନା ଆରମ୍ଭ ହୋଇଯାଏ।

ତେବେ ପାକିସ୍ତାନ ସରକାର ତୈଳ ରେ ଅଧିକ କ୍ଷତି ସହି ବା ପରେ ଗତ କାଲି ତୈଳ ଦର ବୃଦ୍ଧି କରିଛନ୍ତି। ପାକିସ୍ତାନ ରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୬ ଟଙ୍କା ବଢିବା ସହ କିରାସିନ ଲିଟର ପିଛା ୩ ଟଙ୍କା ବୃଦ୍ଧି ଘଟିଛି।

ଏହି ବୃଦ୍ଧି ଫଳରେ ପେଟ୍ରୋଲ ଲିଟର ପିଛା ୯୮ ଟଙ୍କା ୮୯ ପଇସା ରେ ପହଞ୍ଚିଛି ଏବଂ ଡିଜେଲ୍ ଲିଟର ପିଛା ୧୧୭ ଟଙ୍କା ୪୩ ପଇସା ରେ ପହଞ୍ଚିଛି।

ଏହି ବୃଦ୍ଧି ପାଇଁ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଙ୍କୁ ଅନେକ ସମାଲୋଚନା ମଧ୍ୟ ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *