ମନ୍ତ୍ରୀଙ୍କ ଶୋଭାଯାତ୍ରାକୁ ଅଟକାଇଲେ ଗଁI ଲୋକେ,କହିଲେ 5ବର୍ଷ ହେଲା ରାସ୍ତା ହେଇନି ପୁଣି କୁଆଡେ ଆସିଲ ?

ପାଖେଇ ଆସିଲାଣି ନିର୍ବାଚନ ,ସବୁ ଦଳ ମଧ୍ୟରୁ ପ୍ରାଥୀ ମଧ୍ୟ ଘୋଷଣା ସରିଲାଣି I ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାରୁ ସମସ୍ତେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ I ପ୍ରତି ଗାଁ କୁ ନେତା ମନ୍ତ୍ରୀ ମାନଙ୍କ ସୁଅ ଛୁଟିବାରେ ଲାଗିଲାଣି I ଜିତିବା ପାଇଁ ଅନେକ ପ୍ରତିଶୃତି ମଧ୍ୟ ମିଳିଲାଣି I କିନ୍ତୁ ବନ୍ତ ବ୍ଲକ ବରଡ଼େଶ୍ୱର ଗାଁ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା I ଗତକାଲି ସୋମବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଗ୍ରାମକୁ ପ୍ରଚାର ପାଇଁ ଯାଇଥିବା ସମୟରେ ଗାଁ ଲୋକେ ତାଙ୍କୁ ଘେରିଯାଇଥିଲେ I ଏବଂ ଗାଁ ର ସମସ୍ୟା ସମ୍ପର୍କ ରେ ଜଣାଇଥିଲେ I ଏପରିକି ପାଞ୍ଚ ପଞ୍ଚାୟତ ର ଲୋକେ ସେହି ରାସ୍ତାରେ ନିର୍ଭର କରୁଥିଲେ ମଧ୍ୟ ଏହାକୁ କେହି ଦୃଷ୍ଟି ଦେଉନାହାନ୍ତି ତେଣୁ ଆଗାମୀ ନିର୍ବାଚନ ରେ ଗାଁ ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ I ଏପରିକି ଗାଁ ଲୋକେ କହୁଥିଲେ ଏତେଦିନ ହେଲା କେହି ଶୁଣୁନଥିଲେ ,ଆଜି ହଠାତ ମନେପଡ଼ିଲା I ଗାଁ ଲୋକେ ମନ୍ତ୍ରୀ ଙ୍କ ପାଖରେ ନିଜ କଥା ଶୁଣାଇବା ପରେ ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଇ ସେଠାରୁ ଫେରିଥିଲେ I

One Comment on “ମନ୍ତ୍ରୀଙ୍କ ଶୋଭାଯାତ୍ରାକୁ ଅଟକାଇଲେ ଗଁI ଲୋକେ,କହିଲେ 5ବର୍ଷ ହେଲା ରାସ୍ତା ହେଇନି ପୁଣି କୁଆଡେ ଆସିଲ ?”

  1. Thanks to all people…..
    Ae ta Sabu village ,Sabu Sahara re heba sarkar…..BIKASH heeini Mane ,viatare pass nai…..se neta ku vote diantu mar

Leave a Reply

Your email address will not be published. Required fields are marked *