ମୁମ୍ବାଇ ପାଖରେ ସିଙ୍ଗାପୁର ଭଳି ସହର ନିର୍ମାଣ କରିବେ ମୁକେଶ

ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏବେ ରିଏଲ୍ ଇ ଷ୍ଟେଟ୍ କ୍ଷେତ୍ରରେ ଧମକା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ମୁମ୍ବାଇ ପାଖରେ ସିଙ୍ଗାପୁର ଭଳି ଏକ ବିଶ୍ଵ ସ୍ତରୀୟ ସହର ବିକଶିତ କରିବାକୁ ଯାଉଛି। ଏଥିପାଇଁ ୪୦୦୦ ଏକର ଜମି କୁ ଲିଜ ସୂତ୍ର ରେ ନିଆଯାଇଛି। ଏହି ସହର କୁ ଏକ ମେଗା ସହର ଭାବରେ ପ୍ରସ୍ତୁତ କରାଯିବ। ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ବିମାନ ବନ୍ଦର, ଜାହାଜ ଲାଗିବ ପାଇଁ ବନ୍ଦର ଏବଂ ସି, ଲିଙ୍କ୍ ଭଳି ବ୍ୟବସ୍ଥା ରହିବ।

ଏହି ସହର କୁ ବିକଶିତ କରିବା ପାଇଁ ୭୫ ବିଲିଅନ୍ ଡଲାର ବିନିଯୋଗ କରିବ। ଏହି ପ୍ରକଳ୍ପ କୁ ମୁକେଶ ବଡ଼ ଆକାର ରେ ଉପସ୍ଥାପନ କରିବେ। ଜିଓ ଜରିଆରେ ଦୂରସଂଚାର କ୍ଷେତ୍ର ରେ ଯେଉଁ ପରିବର୍ତ୍ତନ ଆଣିଥିଲେ , ଏହି ପ୍ରକଳ୍ପ ମାଧ୍ୟମ ରେ ରୀୟଲ୍ ଇଷ୍ଟେଟ ର ଚିତ୍ର କୁ ସେ ଏଭଳି ବଦଳାଇବାକୁ ସେ ଲକ୍ଷ ରଖିଛନ୍ତି।

ପ୍ରକଳ୍ପ ର ରୂପରେଖ ପ୍ରସ୍ତୁତ ହୋଇଗଲାଣି। ମୁକେଶ ଯେଉଁ ସହର ନିର୍ମାଣ କରିବେ ସେଠାକାର ଘର ଗୁଡ଼ିକର ମୂଲ୍ୟ ବହୁତ କମ୍ ହେବ। କମ୍ପାନୀ କେବଳ ସହର କୁ ନିର୍ମାଣ କରିବା ତାହା ନୁହେଁ, ଏହାର ଦେଖାଶୁଣା ମଧ୍ୟ କରିବ। ଏଥିପାଇଁ ରିଲାଏନ୍ସ କୁ ‘ସ୍ପେଶିଆଲ୍ ପ୍ଲାନିଂ ଅଥରିଟି ‘ ଭଳି କ୍ଷମତା ମିଳିଛି। ଏହି ପ୍ରକଳ୍ପ ଜରିଆରେ ମୁକେଶ ତାଙ୍କ ବାପା ଧିରୁ ଭାଇ ଅମ୍ବାନୀ ଙ୍କ ସ୍ବପ୍ନ ପୁରଣ କରିବେ।

Leave a Reply

Your email address will not be published. Required fields are marked *