ଖୋଲିଲା ସୁବାଷ ବୋଷ ଙ୍କ ରହସ୍ୟ :ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ

ସୁବାଷ ବୋଷ ଙ୍କୁ ନେଇ ସବୁବେଳେ ସୁଭାଷ ଚନ୍ଦ୍ର ବୋଷ ଯିଏକି ନେତାଜୀ ସୁଭାଷ ଭାବରେ ପରିଚିତ I ୨୩ ଜାନୁଆରୀ ୧୮୯୭ ରେ କଟକର ଓଡ଼ିଆ ବଜାରଠାରେ ଜନ୍ମ ନେଇଥିବା ଏହି ବୀର ଓଡ଼ିଆ ପୁଅ ସାରା ବିଶ୍ୱରେ ଚର୍ଚ୍ଚିତ I ଦେଶ ସ୍ୱାଧୀନ ହେବାରେ ତାଙ୍କ ଅବଦାନ ବର୍ଣ୍ଣନା କରିବା ଏତେ ସହଜ ନୁହେଁ I ତେବେ ଆଜିବି ତାଙ୍କ ମୃତ୍ୟୁ ରହସ୍ୟ ହେଇ ରହିଯାଇଛି I ନିକଟରେ ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେପ୍ରକାଶିତ ରିପୋର୍ଟ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ଆମ ଓଡ଼ିଆ ସାହସୀ ବୀର ସୁବାଷ ଙ୍କୁ ନେଇକି

I ଏହି ପୁସ୍ତକ ରେ ଲେଖାଯାଇଥିବା ରିପୋର୍ଟ ଅନୁଯାଇ ଅଯୋଧ୍ୟାରେ ଯେଉଁ ଗୁମନାମୀ ବାବା ରହିଥିଲେ ସେହିଁ ଥିଲେ ପ୍ରକୃତରେ ନେତାଜୀ ସୁବାଷ I ସୂଚନା ଅନୁଯାଇ ୧୯୮୨ରୁ ୧୯୮୫ ଅଯୋଧ୍ୟାରେ ଗୁମନାମୀ ବାବା ରହିଥିଲେ ଯାହାଙ୍କର ହାଭଭାବ ସମ୍ପୂର୍ଣ୍ଣ ନେତାଜୀ ସୁଭାଷ ବୋଷ ଙ୍କ ସହିତ ମିଶି ଯାଇଥିଲା I ସେ ସବୁବେଳେ ଚଷମା ଏବଂ ପକେଟରେ ରୋଲେକ୍ସ୍‌ ଘଡ଼ି ରଖୁଥିଲେ ଯାହାକି ନେତାଜୀ ଙ୍କ ସହିତ ସାମଞ୍ଜସ୍ୟ ଥିବାବେଳେ ତାଙ୍କ ହସ୍ତାକ୍ଷର ମଧ୍ୟ ନେତାଜୀ ଙ୍କ ସହିତ ମେଳ ଖାଇଥିବା ଜଣାପଡିଛି I

ଗୁମନାମୀ ବାବାଙ୍କର ୧୯୮୫ ସେପ୍ଟେମ୍ବର ୧୬ରେ ମୃତ୍ୟୁ ହେଇଥିଲା ,ତାଙ୍କ ମୃତ୍ୟୁ ପରେ ସବୁ କାଗଜ ପତ୍ର ଯାଞ୍ଚ ପରେ ଜଣାପଡିଥିଲା କି ,ତାଙ୍କ ପାଖରୁ ପାଖାପାଖି 130ଟି ଚିଠି ,ବହିପତ୍ର ,ଏବଂ ବାପାମା ଙ୍କ ଏକ ଫଟ ଥିଲା ଯାହାର ଯାଞ୍ଚ ପରେ ଜଣାପଡିଥିଲା କି ଏହା ନେତାଜୀ ଙ୍କ ସହିତ ସମ୍ପୂର୍ଣ୍ଣ ମିଶିଯାଇଥିଲା I

କେବଳ ଏତିକି ନୁହେଁ ଏହି ଚିଠି ମଧ୍ୟରୁ ଏକ ଚିଠି ମିଳିଥିଲା ଯାହା ମୋହନ ରାୟଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ତେବେ ସବୁଠୁ ବଡ କଥା ହେଉଛି କି ମୋହନ ରାୟ ହେଉଛନ୍ତି ନେତାଜୀଙ୍କ ଘନିଷ୍ଠ ସହଯୋଗୀ I ଏହି ସବୁ ପ୍ରମାଣ କୁ ନେଇକି ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ଅନୁଯାଇ ପୁସ୍ତକ ପ୍ରକାଶ ପାଇଛି ,ଏହାପରଠାରୁ ନେତାଜୀ ଙ୍କୁ ନେଇ ପୁଣି ଚର୍ଚ୍ଚା I

Leave a Reply

Your email address will not be published. Required fields are marked *