ଡହ ଡହ ଖରାରେ ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷୀବ

ଡହ ଡହ ଖରାରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ପାଣିପାଗ କୁ ଟିକିଏ ଆଶ୍ୱସ୍ତ କରିଛି I ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିବା ବେଳେ ଆସନ୍ତା 3/4 ମଧ୍ୟରେ ଏହା ଆହୁରି ବଢିବାକୁ ଲାଗିବ ,ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଶକ୍ତିଶାଳୀ ହେବାକୁ ଯାଉଛି ଯାହାକି ସମ୍ଭାବ୍ୟ ବାତ୍ୟାରେ ପରିଣତ ହେଇପାରେ ବୋଲି ଆକଳନ କରାଯାଉଛି I ସୂଚନା ଅନୁଯାଇ ସୃଷ୍ଟି ହେଇଥିବା ସାମୁଦ୍ରିକ ଝଡ଼ କ୍ରମଶଃ ଉତ୍ତର ପଶ୍ଚିମ ଆଡକୁ ଗତି କରିବାରେ ଲାଗିଛି

I ଆକଳନ ଅନୁଯାଇ ସମ୍ଭାବ୍ୟ ୩ /୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ I ଏହା ପ୍ରଭାବ ରେ ଉପକୂଳ ବର୍ତି ଜିଲ୍ଲା ଗୁଡିକ ଯଥା ପୁରୀ , ଗଞ୍ଜାମ, ଜଗତସିଂହପୁର ,ଗଜପତି, ଭଦ୍ରକ ,ଖୋର୍ଦ୍ଧା କେନ୍ଦ୍ରାପଡ଼ା,କଟକ , ବାଲେଶ୍ୱର, ରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଉଛି I

Leave a Reply

Your email address will not be published. Required fields are marked *