ଶ୍ରୀଲଙ୍କା ଆତ୍ମଘାତୀ ବୋମା ଆକ୍ରମଣ ପରେ ସରକାର ବୁର୍ଖା ଉପରେ ଲଗାଇଲେ ପ୍ରତିବନ୍ଧକ , ଆଜିଠାରୁ ଲାଗୁ ହେଲା ନିୟମ

ଶ୍ରୀଲଙ୍କା ସରକାର ବୁର୍ଖା ଏବଂ ମୁହଁ ଲୁଚାଇବା ଭଳି କପଡା ଉପରେ ରୋକ ଲଗାଇଛନ୍ତି।ଶ୍ରୀଲଙ୍କା କଲମ୍ବୋ ଭଳି ଦେଶର ଅନେକ ସ୍ଥାନରେ ହୋଇଥିବା ସିରିଏଲ୍ ବୋମା ବିସ୍ଫୋରଣ ପରେ ଏବେ ସେଠାକାର ସରକାର ଏଭଳି କଡ଼ା ନିୟମ ଆପନେଇଛନ୍ତି।
ଶ୍ରୀଲଙ୍କାର ରାଷ୍ଟ୍ରପତି କହିଛନ୍ତି କି ଏଭଳି କପଡା ଯାହା ପୁରା ମୁହଁକୁ ଲୁଚାଉଥିବ ସେଭଳି କପଡା ଲଗାଇବା ଉପରେ ରୋକ ଲଗାଯାଇଛି।ଶ୍ରୀଲଙ୍କା ସଂସଦରେ ଏହା ପୂର୍ବରୁ ସଂସଦ ସୁରକ୍ଷା କାରଣରୁ ବୂର୍ଖା ପିନ୍ଧିବା ଉପରେ କଟକଣା ଲଗାଇବା ଉପରେ ପ୍ରସ୍ତାବ ଦିଆଯାଇଥିଲା।ସେଠାକାର ACJU (all Ceylon jamiyyathul ulama) ନାମକ ସଂସ୍ଥାର ମୌଲବୀ ମାନେ ମଧ୍ୟ ସେଠାକାର ମହିଳା ମାନଙ୍କୁ ମୁହଁ ଲୁଚାଇବା ଭଳି କପଡା ନ ପିନ୍ଧିବା ପାଇଁ କହିଥିଲେ।ଯାହା ଦ୍ଵାରା ରାଷ୍ଟ୍ରୀୟ ସୁରକ୍ଷା ବାଧାପ୍ରାପ୍ତ ନ ହେବ।
ଏପ୍ରିଲ ୨୧ ତାରିଖରେ ଖ୍ରୀଷ୍ଟିଆନ୍ ସମୂଦାୟଙ୍କ ପର୍ବ ସମୟରେ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ସ୍ଥାନରେ ଚର୍ଚ୍ଚ କୁ ଆକ୍ରମଣ କରିବା ପାଇଁ ଟାର୍ଗେଟ୍ କରାଯାଇଥିଲା।ଏଥିରେ ମୋଟ୍ ୮ ଟି ବୋମା ବିସ୍ଫୋରଣ ହୋଇଥିଲା।ଯେଉଁଥିରେ ୨୫୩ ଜଣ ଲୋକ ଜୀବନ ହାରିଥିଲେ ଏବଂ ଶତାଧିକ ଲୋକ ଆହତ ହୋଇଥିଲେ।ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଏଥିପାଇଁ ନିଜକୁ ଦାଇ କରିଛି।

Leave a Reply

Your email address will not be published. Required fields are marked *