ବାତ୍ୟା ଫନି ଓଡିଶା କୁ କ୍ଷିପ୍ର ଗତିରେ ମାଡି ଆସୁଥିବା ବେଳେ ଓଡିଶା ବାସି ଭୟଭୀତ ହେବାରେ ଲାଗିଥିବା ବେଳେ ଏବେ ପରିବା ,ପିଆଜ ଆଳୁ ର କଳାବଜାରୀ ହେବାରେ ଲାଗିଛି I ବାତ୍ୟାକୁ ନଜର ରେ ରଖି ମନଇଛା ଦରଦାମ ବଢ଼ାଇ ଦିଆଯାଉଛି I ଆଳୁ କେଜି 25/30 ତ ,ପିଆଜ କେଜି 30/35 I ପରିବା ଦର ଆକାଶ ଛୁଆଁ I ତେବେ ହଠାତ ଏସବୁ ଦରଦାମ ବୃଦ୍ଧି କୁ ନିୟନ୍ତ୍ରଣ କରିବାକୁ ଯୋଗାଣ ବିଭାଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I
ଅଧିକାଂଶ ଦୋକାନ ,ଗୋଦାମ ରେ ଚଢ଼ାଉ କରାଯିବା ସହିତ ଦୋକାନ ସାମ୍ନା ରେ ଆଳୁ ଏବଂ ପିଆଜ ର ସରକାରୀ ଦର ଯଥାକ୍ରମେ ୧୪ ଏବଂ ୧୮ଟଙ୍କା ଲେଖିବାକୁ କୁହାଯାଇଛି I ଯଦି କୌଣସି ସ୍ଥାନରେ ଏହି ଦରରୁ ଅଧିକା କେହି ବିକୁଥାନ୍ତି ତେବେ ତାଙ୍କ ବିରୁଧରେ ତୁରନ୍ତ ଯୋଗାଣ ବିଭାଗ କୁ ଜଣାଇବାକୁ କୁହାଯାଇଛି I ବିଭାଗ ତରଫରୁ ତାଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I