50ଘଣ୍ଟାରୁ ଉର୍ଦ୍ଧ ଅନ୍ଧାର ରେ ସ୍ମାର୍ଟ ସିଟି ରାଜଧାନୀ ବାସି ,ପିଇବା ପାଣି ବୋତଲ କୁ ୭୦ଟଙ୍କା

ଚାଲିଯାଇଛି ବାତ୍ୟା ‘ଫନି’ କିନ୍ତୁ ଦେଇଯାଇଛି ଅସରନ୍ତି ଦୁଃଖ I ବାତ୍ୟା ଯିବାର 40ଘଣ୍ଟାରୁ ଉର୍ଦ୍ଧ ହେଇସାରିଥିଲେ ମଧ୍ୟ ସ୍ୱାଭାବିକ ହେଇପାରିନି ଓଡ଼ିଶାର ରାଜଧାନୀ ତଥା ସ୍ମାର୍ଟସିଟି ଭୁବନେଶ୍ୱର I ଏବେବି କ୍ଷୟକ୍ଷତି ର ସଠିକ ତଥ୍ୟ ମିଳିପାରିନଥିବା ବେଳେ ଅନ୍ଧାର ରେ ରହିଛନ୍ତି ରାଜଧାନୀ ବାସି I ଖାଇବା ପିଇବା ରେ ସମସ୍ୟା I ପାଣି ପାଇଁ ହଇରାଣ ହେବାକୁ ପଡୁଛି ଜନସାଧାରଣ ଙ୍କୁ I ପ୍ରସାଶନ ତରଫରୁ ବ୍ୟବସ୍ତା ରେ ସୁଧାର ଆଣିବାକୁ ଜୋରଦାର ଉଦ୍ୟମ କରାଯାଉଥିଲେ ମଧ୍ୟ ବାତ୍ୟା ଯେଭଳି ଭାବରେ ତାଣ୍ଡବ ରଚିଛି ସହଜ ହେଇପାରୁନି ବ୍ୟବସ୍ତାରେ ସୁଧାର I

ପାଖାପାଖି 10ହଜାର ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ବେଳେ ରାଜଧାନୀ ବାସି ସମ୍ପୂର୍ଣ୍ଣ ଅନ୍ଧାର ରେ I ଅନ୍ଧାର କୁ ଆହୁରି ଘାଇଲା କରୁଛି ପାଣି I ରାଜଧାନୀ ରେ ପାଣି ଅମୁଲ ମୁଲ ହେଇଯାଇଛି I ବଟଲ ପିଛା କଳାବଜାରୀ ହେଇ ବିକ୍ରି ହେଉଛି 70 ଟଙ୍କାରେ I ଏନେଇ ବସ୍ତି ବାସିନ୍ଦା ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *