ବାତ୍ୟା ରେ କ୍ଷତିଗ୍ରସ୍ତ ଙ୍କ ପାଇଁ ସହାୟତା ଘୋଷଣା କଲେ ସରକାର ,ଜାଣନ୍ତୁ କାହାକୁ କଣ ମିଳିବ

ଚାରିଆଡେ ଭୟଙ୍କର ପରିସ୍ଥିତି ସୃଷ୍ଟି କରି ଚାଲିଯାଇଥିବା ପ୍ରଳୟଙ୍କରୀ ବାତ୍ୟା ଫୋନି ରେ ସୃଷ୍ଟି ହେଇଥିବା ଗଭୀର କ୍ଷତ କୁ ଯଦିଓ ଭରଣା କରିବା ସମ୍ଭବ ନୁହେଁ ତଥାପି ପ୍ରସାଶନ ତରଫରୁ ସମସ୍ତ କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଘୋଷଣା କରାଯାଇଛି I ଘୋଷଣା ଅନୁଯାଇ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ପୁରୀ, ଖୋର୍ଦ୍ଧା,ଜଗତସିଂହପୁର ,କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବିତ ହେଇଥିବା ଲୋକଙ୍କୁ ମାଗଣା ରେ ଚାଉଳ, ପଲିଥିନ୍ ଓ ଟଙ୍କା ଯୋଗାଇ ଦିଆଯିବ । ବିଶେଷ କରି ପୁରୀ ଜିଲ୍ଲାରେ ଜଣଙ୍କI ମାଗଣାରେ ୫୦ କିଲୋ ଚାଉଳ ,2000 ଟଙ୍କା ଏବଂ ପଲିଥିନ୍ ଦିଆଯିବ I

ଖୋର୍ଦ୍ଧା ଜିଲ୍ଲାରେ ପ୍ରଭାବିତ ବ୍ୟକ୍ତିଙ୍କୁ ମାସକ ପାଇଁ ଚାଉଳ ,ଜଣଙ୍କI ୧ ହଜାର ଟଙ୍କା ଏବଂ ପଲିଥିନ୍ ଦିଆଯିବ I କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ରେ ବାତ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ମାସକ ପାଇଁ ଚାଉଳ ସହିତ ୫ ଶହ ଦିଆଯିବ ବୋଲି ଘୋଷଣା କରାଯାଇଛି I ଏହା ବ୍ୟତୀତ ବାତ୍ୟା ‘ଫୋନି’ରେ ଯେଉଁ ଅଞ୍ଚଳ ରେ ବି ଲୋକମାନେ ପ୍ରଭାବିତ ହେଇଥିବେ ,ଯଦି ଘର ଭାଙ୍ଗିଯାଇଥାଏ

ତେବେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ପାଇଁ ୯୫୧୦୦ଟଙ୍କା , ଅଳ୍ପ କ୍ଷୟକ୍ଷତି ହେଇଥିଲେ ୫୨୦୦ ଏବଂ ୩୨୦୦ଟଙ୍କା ଦିଆଯିବ I ଏହା ବ୍ୟତୀତ ଯଦି ପଶୁପକ୍ଷୀ ଙ୍କର କ୍ଷୟକ୍ଷତି ହେଇଥାଏ ତେବେ ଆକଳନ କରାଯାଇ ଭରଣା କରାଯିବ I

Leave a Reply

Your email address will not be published. Required fields are marked *