ଦାରୁ ବିଭ୍ରାଟ ,ବ୍ରହ୍ମ ବିଭ୍ରାଟ,ଜଗାକୁ ଉପବାସ ଅସହ୍ୟ ହେଇଗଲା କି ? କଣ ଏହା କାଳିଆର ଚେତାବନୀ ?

ଜଗତର ନାଥ ସେ I ବିଶ୍ୱାସ ରେ ଡାକିଲେ ଭକତର ମନକଥା ସେ ଶୁଣିପାରେ Iଚାରିକୋଟି ଓଡ଼ିଶାର ତ ସେ ଆରାଧ୍ୟ ଦେବତା I ଯେତେବଡ଼ ବିପଦ ଆସିଲେ ବି ଓଡିଶା ବାସୀଙ୍କର ବିଶ୍ୱାସ ରହିଛି ତାଙ୍କର ଜଗା ରହିଛି କୌଣସି ବିପଦ ହେବାକୁ ଦେବନି I ଅତୀତ କୁ ଦେଖିଲେ ବି ଜଣାପଡେ କି ଯେବେବି ଯେତେବଡ ବିପଦ ଆସିଛି ସବୁବେଳେ ଜଗା ରକ୍ଷା କରିଛି I ଏଥରକ ବାତ୍ୟା ଫନି କୁ ନେଇ ଓଡିଶା ସାରା ଆତଙ୍କିତ ଥିବା ବେଳେ ,ଏହାର ପ୍ରଭାବ ପୁରୀ ଉପରେ ପଡ଼ିବାର ଥିବାରୁ ଶ୍ରୀକ୍ଷେତ୍ର କୁ ନେଇ ସମସ୍ତେ ଭୟଭୀତ ଥିଲେ ,ତଥାପି ସମସ୍ତଙ୍କ ମୁଁହରେ ଗୋଟିଏ କଥା ଥିଲା ଜଗା ଅଛି ଡର କାହାକୁ ସେ ବିପଦ କୁ ଟାଳି ଦେବ I

ତେବେ ଦୁଇ ତାରିଖ ରାତି ରେ ଆରମ୍ଭ ହେଇଯାଇଥିଲା ଫନି ର ପ୍ରଭାବ I ତିନି ତାରିଖ ସକାଳ 6ଟା ବେଳକୁ ପବନ ର ବେଗ ବଢିବା ସହିତ ଆରମ୍ଭ ହେଇଯାଇଥିଲା ବର୍ଷା ର ପ୍ରକୋପ I 7.30ବେଳକୁ ପବନର ବେଗ 150 ଟପିସାରିଥିଲା I ପୁରୀ ଠାରୁ ମାତ୍ର ଆଉ 75କିଲୋମିଟର ଦୂରରେ ଥିବା ଫନି ସେତେବେଳକୁ ତାଣ୍ଡବ ରଚିବାକୁ ଆରମ୍ଭ କରିସାରିଥିଲା ପୁରୀରେ I

ବିଶେଷ କରି 1999 ମହାବାତ୍ୟା ରେ ଏଭଳି ପ୍ରଭାବ ପଡିନଥିବା ବେଳେ ଫନି ର ତାଣ୍ଡବ ରେ କେବଳ କାଳିଆ କୁ ଭରଷା କରିବା ସହିତ ଆଉ କିଛି ନଥିଲା ପୁରୀ ବାସୀଙ୍କର I ସକାଳ 8.35 ବେଳକୁ ପବନର ବେଗ 2ଶହ ଛୁଇଁ ସାରିଥିଲା I ଏହାପରେ ଫନି ଯେତିକି ନିକଟତର ହେଉଥିଲା ସେତିକି ତାଣ୍ଡବ ରଚୁଥିଲା I ଲ୍ୟାଣ୍ଡଫଲ ପରେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିର୍ଣ୍ଣ ହେଇଯାଇଥିଲା ପୁରୀ I ଦୀର୍ଘ 5/6ଘଣ୍ଟା ଧରି ପୁରା ଛାରଖାର କରିଦେଇଥିଲା ପୁରୀର ସୌନ୍ଦର୍ଯ୍ୟ କୁ I

ସ୍ୱର୍ଗଦ୍ୱାର ରେ ପଶିଯାଇଥିଲା ସମୁଦ୍ର ପାଣି I ଏପରିକି ମନ୍ଦିର ର ଦ୍ୱାରପାଳ ଙ୍କ ମୂର୍ତି ମଧ୍ୟ ଭାଙ୍ଗିଯାଇଥିଲା I କଳ୍ପବଟ ମଧ୍ୟ ଥୁଣ୍ଟା ହେଇଯାଇଛି I

ତେବେ ସବୁଠୁ ବିସ୍ମୟ ହେଉଛି ଏତେ କ୍ଷତି କରିଥିବା ଫନି ବିଶେଷ ଲୋକମାନଙ୍କର ଜୀବନ ନେଇନଥିଲା ,ପୁରୀରେ ତାଣ୍ଡବ ରଚିବା ପରେ ବାଲୁଖଣ୍ଡ ରେ ଲ୍ୟାଣ୍ଡଫଲ କରି ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଥିଲା ଜଙ୍ଗଲ କୁ I

ଯେଉଁପରିମାଣରେ ଫନି ପୁରୀରେ ତାଣ୍ଡବ ରଚିଛି ନିହାତି ଭାବରେ ହଜାର ହଜାର ସଂଖ୍ୟାରେ ଜୀବନ ନେବାରେ ଅଳ୍ପକେ ଜଗନ୍ନାଥ ବଞ୍ଚେଇ ଦେଇଛନ୍ତି I ଏନେଇ ଭକ୍ତ ମାନେ କୁହନ୍ତି କି ପୁରୀରେ ଯେଉଁଭଳି ଭାବରେ ଦାରୁ ବିଭ୍ରାଟ ,ବ୍ରହ୍ମବିଭ୍ରାଟ ,ରତ୍ନଭଣ୍ଡାର କୁ ନେଇକି ହଇଚଇ ସୃଷ୍ଟି ହେଲା ତାହା ପରେ କଣ ଜଗନ୍ନାଥ ଆଉ ସହ୍ୟ କରିପାରିଥାନ୍ତେ I

ଭକ୍ତ ମାନଙ୍କୁ ଯେଉଁଭଳି ଭାବରେ ପୁରୀରେ ସେବାୟତ ମାନେ ଦୃବ୍ୟବହାର କରୁଛନ୍ତି ,କାଳିଆକୁ ନିଜ ସ୍ୱାର୍ଥ ପାଇଁ ଉପବାସ ରଖୁଛନ୍ତି ଏଥିରେ ଜଗା କେତେଦିନ ଏ ପାପ କୁ ସହ୍ୟ କରିବ ? ସେଥିପାଇଁ ଜଗାର ଏ ଚେତାବନୀ ,ଯାହାକୁ ସମସ୍ତେ ବୁଝିବା ଦରକାର I ନଚେତ ଆଗାମୀ ଦିନରେ ଏହା ଭୟଙ୍କର ହେଇପାରେ ଯାହାକୁ ସହ୍ୟ କରିବା ମନୁଷ୍ୟ ପାଇଁ ଏତେ ସହଜ ହେବନି I

Leave a Reply

Your email address will not be published. Required fields are marked *