ରିଲିଫ୍‌ରେ ମିଳୁଛି ପୋକରା ଚାଉଳ ,ଲୋକେ କହିଲେ ଯଦି ପାରୁନା ଆମକୁ ବିଷ ଦେଇଦିଅ ନବୀନ ପଟ୍ଟନାୟକ

ବାତ୍ୟା ଗଲାପରେ ଅବସ୍ଥା ଅସମ୍ଭାଳ I କେଉଁଠି ପାଣି ନାହିଁ ତ ଆଉ କେଉଁଠି ଖାଇବାକୁ ମୁଠାଏ ସାତ ସପନ I ହାହାକାର ଭିତରେ ଚାଲିଛି ଜୀବନ I ଜୀବନ ଆଉ ସଂଘର୍ଷ ଭିତରେ ଯୁଝୁଛନ୍ତି ବାତ୍ୟା ପୀଡିତ ମାନେ I କେନ୍ଦ୍ର ତରଫରୁ ମଧ୍ୟ 1340କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଅନାନ୍ୟ ବଦାନ୍ୟ ବ୍ୟକ୍ତି ଏବଂ ପଡୋଶୀ ରାଜ୍ୟ ମାନେ ମଧ୍ୟ ସହାୟତା ର ହାତ ବଢ଼ାଇ ଦେବାକୁ ଆଗଭର ହେଇଛନ୍ତି I ତେବେ ବାତ୍ୟା ପୀଡିତ ଙ୍କ ପାଖରେ ପହଞ୍ଚି ପାରୁନି ସହାୟତା I ବାଟରେ ସତେ ଯେପରି ବାଟମାରଣା ହେଇଯାଉଛି I ଏମିତି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ପେଣ୍ଠକଟା ରୁ I ବାତ୍ୟା ପୀଡିତ ମାନଙ୍କୁ ଦିଆଯାଇଥିବା ରିଲିଫ୍‌ ଚାଉଳ ଅତ୍ୟନ୍ତ ଖରାପ ସହିତ ପୋକରା ଏବଂ ଗନ୍ଧଯୁକ୍ତ।

ଯାହା ଖାଇବା ଯୋଗ୍ୟ ନୁହେଁ ,ବାତ୍ୟା ରେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ଏଭଳି ଅବସ୍ଥାରେ ତାଙ୍କ ସହିତ କଟାକ୍ଷ କରାଯାଉଛି ବୋଲି କହି ଗଣମାଧ୍ୟମ ଆଗରେ ନିଜର କୋହ ସମ୍ଭାଳିପାରିନଥିଲେ ସ୍ଥାନୀୟ ବାସିନ୍ଦା I

ଏହାକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ କିଛି ବାସିନ୍ଦା କହିଥିଲେ କି ଆମକୁ ବିଷ ଦେଇଦିଅନ୍ତୁ ନବୀନ ସରକାର ,ଏପରି ଖାଦ୍ୟ ଦିଅନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *