ଇରାନ ଉପରେ କଟକଣା : ଭାରତ ଯେପରି ଅନ୍ୟ ଦେଶରୁ ସୁଲଭ ମୂଲ୍ୟରେ ତେଲ ପାଇପାରିବ ସେ ବ୍ୟବସ୍ଥା କରୁଛୁ : ଆମେରିକା

ଇରାନ ତେଲ କିଣିବା ଉପରେ କଟକଣା ଲଗାଇବା ପରେ ଭାରତର ଚିନ୍ତା ବଢିଯାଇଛି।କିନ୍ତୁ ଆମେରିକା କହିଛି ଭାରତ କିପରି ସୁବିଧାରେ ଅନ୍ୟ ଦେଶ ଠାରୁ ତେଲ ଆଣିପାରିବ ସେ ବ୍ୟବସ୍ଥା ଆମେ କରୁଛୁ।

ସେଥିପାଇଁ ଆମେରିକାର ରାଷ୍ଟ୍ରଦୂତ କେନିଥ କହିଛନ୍ତି କି ସମାଧାନ ବାହାର କରିବା ପାଇଁ ନିକଟରେ ଆମେରିକାର ବାଣିଜ୍ୟ ସଚିବ ୱିଲବର୍ ରସ୍ ନର୍ଥ ବ୍ଲକ୍ ଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ସହ ଆଲୋଚନା କରିଛନ୍ତି।ଭାରତର ଚିନ୍ତା ସହ ଆମେରିକା ପରିଚିତ ଅଛି ବୋଲି ସେ କହିଛନ୍ତି।ଭାରତ ନିଜର ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନ ରୁ ଆମଦାନୀ କରିଥାଏ।ଭାରତ ପ୍ରାୟ ୨୩.୫ ନିୟୁତ ଟନ୍ ଅଶୋଧିତ ତେଲ ଇରାନ ରୁ ଆମଦାନୀ କରିଥାଏ।ତେଣୁ ଏତେ ପରିମାଣର ତେଲ ପାଇଁ ଇରାନ ଭାରତକୁ ଅନୁମତି ନ ଦେବାରୁ ଭାରତର ଚିନ୍ତା ବଢିଯାଇଛି।

କାରଣ ଏହା ଫଳରେ ତେଲ ଦର୍ ବଢିବାର ଆଶଙ୍କା ମଧ୍ୟ ରହିଛି।ସରକାର ଏବେ ଇରାନ ପରେ ଅନ୍ୟ କୌଣସି ଦେଶରୁ ତେଲ ଆଣିପାରିବ ସେ ନେଇ ମନ୍ଥନ ଆରମ୍ଭ କରିଦେଇଛି।ମିଳିଥିବା ସୂଚନା ଅନୁସାରେ ସରକାରୀ କର୍ମଚାରୀ ମାନେ ପଶ୍ଚିମ ଏସିଆ ଦେଶ ସାଉଦି ଆରବ୍,କୁଏତ ଏବଂ ସଂଯୁକ୍ତ ଆରବ ରୁ ତୈଳ ଆମଦାନୀ ପାଇଁ ଉଦ୍ୟମ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *