ଖାଇବା ଓ ଶୋଇବା ଛାଡ଼ି ନିର୍ଭୟା ଗଣଦୁଷ୍କର୍ମର ତଦନ୍ତ କରିଥିଲେ ଆଇପିଏସ୍‌ ଅଫିସର ଛାୟା ଶର୍ମା, ସମ୍ମାନିତ କଲା ଆମେରିକା

୨୦୧୨ ମସିହା ଡିସେମ୍ବର ୧୬ ତାରିଖ।ଏହି ତାରିଖ କଥା ସମସ୍ତ ଭାରତ ବାସୀଙ୍କର ମାନେ ଥିବ।କାରଣ ଏହିଦିନ ଘଟିଥିଲା ଏକ ଅମାନବିକ ଘଟଣା।ଏହି ରାତିରେ ଦିଲ୍ଲୀର ୨୩ ବର୍ଷୀୟ ପ ପାରାମେଡିକଲ୍ ଛାତ୍ରୀ ନିର୍ଭୟା ଙ୍କ ସହ ଯାହା ଘଟିଥିଲା ତାହା ଭାବିଲେ ଲୋମ ଟାଙ୍କୁରି ଉଠେ।

ନିର୍ଭୟା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ରାତିରେ ଦକ୍ଷିଣ ଦିଲ୍ଲୀରେ ଏକ ବସ ରେ ଘରକୁ ଫେରୁଥିଲେ।ସେ ଚଳନ୍ତା ବସ୍ ରେ ୬ ଜଣ ଦୁର୍ବୃତ ତାଙ୍କ ସହ ଗଣଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗକୁ ଲୁହା ଛଡରେ ଆଘାତ କରି ତାଙ୍କୁ ମୂର୍ମୂର୍ଷ ଅବସ୍ଥାରେ ରାସ୍ତାକୁ ଫିଙ୍ଗି ଦେଇଥିଲେ।

ତେବେ ଏଭଳି ଅମାନୁଷିକ ଘଟଣା ଘଟିବା ପରେ ତଦନ୍ତ ଦାୟିତ୍ୱ ରେ ଥିଲେ ଆଇପିଏସ୍ ଅଫିସର୍ ଥିଲେ ଛାୟା ଶର୍ମା।ଘଟଣା ଘଟିବାର କିଛି ଦିନ ପରେ ରେକର୍ଡ଼ ଟାଇମ ମଧ୍ୟରେ ଛାୟା ଶର୍ମା ୬ ଜଣ ଅଭିଯୁକ୍ତଂକୁ କାବୁ କରିବାକୁ ସକ୍ଷମ ହୋଇଥିଲେ।୬ ଦିନ ପର୍ଯ୍ୟନ୍ତ ସେ ଘରକୁ ମଧ୍ୟ ଯାଇ ନ ଥିଲେ।

ଏପରିକି ସେ ନିଜର ଖାଇବା ପିଇବା ମଧ୍ୟ ଭୁଲି ଯାଉଥିଲେ।ତେବେ ଏଭଳି ସାହସର ସହ ମାମଲାକୁ ସମ୍ଭାଳି ଥିବାରୁ ତାଙ୍କୁ ଆମେରିକା ସମ୍ମାନିତ କରୁଥିବାର ଜଣା ପଡ଼ିଛି।ଏରିଯୋନାର ଷ୍ଟେଟ୍ ୟୁନିଭର୍ଶିଟି ଛାୟା ଶର୍ମାଙ୍କୁ ମୈକ୍କେନ୍ ଇନଷ୍ଟିଚୁ୍ୟଟ ଫର୍ ଇଣ୍ଟରନେସ୍ନାଲ୍ ଲିଡରଶିପ୍ ସମ୍ମାନରେ ସମ୍ମାନିତ କରିଛନ୍ତି।

One Comment on “ଖାଇବା ଓ ଶୋଇବା ଛାଡ଼ି ନିର୍ଭୟା ଗଣଦୁଷ୍କର୍ମର ତଦନ୍ତ କରିଥିଲେ ଆଇପିଏସ୍‌ ଅଫିସର ଛାୟା ଶର୍ମା, ସମ୍ମାନିତ କଲା ଆମେରିକା”

Leave a Reply

Your email address will not be published. Required fields are marked *