ରିଲିଫ୍ ବେଳେ ଗଣ୍ଡଗୋଳ, ପୁଲିସ ମାଡ଼‌ରେ ଜଣେ ଆହତ, ପ୍ରତିବାଦରେ ରାସ୍ତାରୋକ

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନା କୁ ଆସିଛି। ଆଜି ବାରିଦି ଠାରେ ସମସ୍ତଙ୍କୁ ଫାନି ବାତ୍ୟା ରିଲିଫ୍ ବନ୍ଟା ଯାଉଥିବା ବେଳେ ସେଠାରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ। ସେଠାରେ ପୋଲିସ ର ମାଡ଼ ରେ ଜଣେ ଗୁରୁତର ହୋଇ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି। ଏହାକୁ ନେଇ ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।

ସୁଚାନମୁତବକ ଫାନୀ ବାତ୍ୟା ରେ ହୋଇଥିବା କ୍ଷତିଗ୍ରସ୍ତ ଲୋକ ଙ୍କୁ ଆଜି ବିରିଡ଼ି ତହସିଲ ପରିସର ରେ ପଲିଥିନ୍ ବଣ୍ଟା ଯାଉଥିଲା। ଏହି ସମୟରେ ଜଣେ ଓଆଇଏସଏଫ୍ ଙ୍କ ସହ ପ୍ରମୋଦ ମୁଦୁଲି ନାମକ ଜଣେ ବ୍ୟକ୍ତି ଙ୍କ ସହ ଟିକେ ଯୁକ୍ତି ତର୍କ ହୋଇଯାଇଥିଲା। ପ୍ରମୋଦ ନିଶାସକ୍ତ ବୋଲି କହି ପୁଲିସ କର୍ମଚାରୀ ତାଙ୍କୁ ସେହି ସ୍ଥାନ ଛାଡି ଯିବାକୁ କହିଥିଲେ। ଏହା ସହ ସେଠାରେ ଗଣ୍ଡୋଗଳ ମଧ୍ୟ ହୋଇ ଯାଇଥିଲା। ଏହା ପରେ ପୋଲିସ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ରେ ପ୍ରମୋଦ ଗୁରୁତ୍ୱର ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା କୁ ପଠାଇ ଦିଆଯାଇଥିଲା ଏବଂ ପରେ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ରେ ଲୋକମାନେ ଉତଖିପ୍ତ ହୋଇ ତହସିଲ ସାମ୍ନା ରେ ଟାୟାର ଜଳିଥିଲେ।

ପ୍ରମୋଦ ଙ୍କ ମା ଙ୍କ ଅଭିଯୋଗ ଫଳରେ ଅଭିଯୁକ୍ତ ପୁଲିସ କର୍ମଚାରୀ ଙ୍କ ବିରୋଧ ରେ ଏକ ମାମଲା ରୁଜ୍ଜୁ କରାଯିବ ସହ ତାଙ୍କୁ ଜଗତସିଂହପୁର କୁ ପଠାଇ ଦିଆଯାଇଛି। ପରେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଇଆଇସି କହିଛନ୍ତି।

Leave a Reply

Your email address will not be published. Required fields are marked *