କାନିରୁ ପାଣି ପଡ଼ିଲା ବୋଲି ୮୦ ବର୍ଷୀୟା ମା’ର ହାତ ବାଡ଼େଇ ଭାଙ୍ଗିଦେଲା କୁଳାଙ୍ଗାର ପୁଅ

ଗତ ରବିବାର ଦିନ ମଡ଼ର୍ସ ଡେ ପାଳନ ହେଉଥିବା ବେଳେ ଆଜି ସାମ୍ନା କୁ ଆସିଛି ଏକ ହୃଦୟ ବିଦାରକ ଘଟଣା I ଛୋଟ ବେଳେ ଯେଉଁ ମାର ପଣତ କାନି ସୁରକ୍ଷା କବଚ ସାଜିଥିଲା ପୁଅ ପାଇଁ ସେଇ ପଣତ କାନିରୁ ବୁନ୍ଦାଏ ପାଣି ଝରି ପଡିଲା ବୋଲି ରାଗିଯାଇଥିଲା କୁଳାଙ୍ଗାର ପୁଅଟି Iକେବଳ ରାଗିନଥିଲା ,ରାଗିକି ମା ର ଏହି ଭୁଲ ପାଇଁ ତାକୁ ସଜା ମଧ୍ୟ ଦେଇଥିଲା ସୈତାନ ପୁଅ I ପାଖରେ ଥିବା ବାଲଟି ରେ ବାଡେଇ ବାଡେଇ ମା ର ହାତ ଭାଙ୍ଗିଦେଇଥିଲା I ଘଟଣାଟି ପୁରୀ ଚନ୍ଦନପୁର ଥାନା ଅଞ୍ଚଳର I ସୂଚନା ଅନୁଯାଇ ଏହି ଅଞ୍ଚଳର ବନମାଳିପୁର ଗ୍ରାମର ଗୌରୀ ସେନାପତି ,ବୟସ ପାଖାପାଖି ୮୦ ରୁ ଉର୍ଦ୍ଧ ହେଇଥିବା ବେଳେ ସ୍ୱାମୀ ଆରପାରିକି ଚାଲିଯାଇଛନ୍ତି I

ଖବର ଅନୁଯାଇ ସେଦିନ ବୃଦ୍ଧା ଗାଧେଇ ସାରି ନିଜ ଲୁଗା ଘରେ ଲୁଗା ଶୁଖାଇଥିବା ବେଳେ ଲୁଗାକାନି ରୁ ପାଣି ଝରି ମାର୍ବଲ ଓଦା ହେଇଯାଇଥିଲା ,ଏଥିରେ ବିରକ୍ତ ହେଇ ବାହାରେ ଶୁଖାଇବାକୁ ପୁଅ କହିଥିଲା I ବୃଦ୍ଧା ମା କହିଥିଲା କି ପୁଅର ବାହାରେ ଲୁଗା ଶୁଖାଇବାକୁ ସୁବିଧା ନାହିଁ ,ଟିକେ ଶୁଖିଯାଉ ମୁଁ ଚଟାଣ ପୋଛିଦେଉଛି I ପୁଅ କିନ୍ତୁ ରାଗିଯାଇଥିଲା ଏବଂ ପାଖରେ ଥିବା ବାଲଟି ରେ ମା ହାତକୁ ବାଡେଇଦେଇଥିଲା I ଯନ୍ତ୍ରଣା ରେ ତଳେ ଛଟପଟ ହେଉଥିବା ବେଳେ ପୁଅ ହସ୍ପିଟାଲ ନନେଇ ପଳେଇଥିଲା ଏବଂ ବୋହୁ ମଧ୍ୟ ମୁଂହ ମୋଡି ପଳାଇଥିଲା I କାନ୍ଦି କାନ୍ଦି ବହୁ କଷ୍ଟରେ ନିଜର ଲୁଗା ପଟା ସହିତ ମୃତ ସ୍ୱାମୀର ଫୋଟୋ ନେଇ ଘରୁ ବାହାରି ଆସିଥିଲେ ବୃଦ୍ଧା ମାI ଜଣେ ଅଟୋ ଚାଳକ ଙ୍କ ସହାୟତା ରେ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I କିନ୍ତୁ ପୁଅ ବୋହୁ କେହି ବି ତାଙ୍କ ପାଖକୁ ଏଯାଏଁ ଆସିନାହାନ୍ତି ବରଂ ବୁଢ଼ୀ ତାଙ୍କ ପାଇଁ କଣ ଧନ ସମ୍ପତି ରଖିଛି କି ବୋଲି କୁଆଡେ ସଫେଇ ଦେଇଥିଲେ I ତେବେ ପଡୋଶୀ ବୃଦ୍ଧା ଙ୍କୁ ଥାନାରେ ଏତଲା ଦେବାକୁ କହିଥିଲେ ମଧ୍ୟ ବୃଦ୍ଧା ରାଗିଯାଇଥିଲେ କହିଥିଲେ କି ସେ ମୋ ପୁଅ ପରା I ଥାନାରେ ଏତଲା ଦେଲେ ପୋଲିସ ବାନ୍ଧି ନେବ ,ତା ସ୍ତ୍ରୀ ପୁଅ ହଇରାଣ ହେବେ Iତା ପାଇଁ ଏତେ କଷ୍ଟ ସହିଛି ,ଆଜି ସାମାନ୍ୟ ହାତ ଭାଙ୍ଗିଗଲେ ଏ କଷ୍ଟ ସହିପାରିବିନି ?ମୁଁ ପରା ବୁଢ଼ୀ ହେଇଗଲିଣି ଏବେ ତା ପାଇଁ ବୋଝ ପାଲଟିଗଲିଣି I ମତେ ଟିକେ ଆଶ୍ରମ ରେ ଛାଡିଦିଅ ସେଇଠି ମୋ ଜୀବନ କଟୁ I ସତରେ ଏ ଘଟଣା ଆମ ସଭ୍ୟ ସମାଜ ପ୍ରତି କେତେ ନିନ୍ଦନୀୟ ?ଯେଉଁ ପୁଅ ପାଇଁ ଆଜି ବି ମା ର ଅନ୍ତର କାନ୍ଦୁଚି ,କିନ୍ତୁ ସୈତାନ ପୁଅ ନିଜ ମା ର ସ୍ନେହ ପ୍ରେମ କୁ ବୁଝିପାରୁନି I

Leave a Reply

Your email address will not be published. Required fields are marked *