୧୯୮୮ରେ ଡିଜିଟାଲ କ୍ୟାମେରା ଏବଂ ଇମେଲ୍‌ ବ୍ୟବହାର କରୁଥିଲି ବୋଲି କହି ପୁଣି ସମାଲୋଚନାର ଶିକାର ହେଲେ ମୋଦୀ

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀଉଜ୍ ନେସନ୍ ର ସାକ୍ଷାତକାର ରେ ଏକ ଭୁଲ୍ କଥା କହି ଲୋକମାନଙ୍କ ଦ୍ବାରା ସମାଲୋଚନା ର ପାତ୍ର ହୋଇଛନ୍ତି। ଯେଉଁ ସମୟରେ ବାକାଲୋଟ୍ ଏୟାର ଷ୍ଟ୍ରାଇକ ଚାଲିଥିଲା, ସେ ସମୟରେ ଆକାଶ ରେ ବାଦଲ ଛାଇଥିଲା। ଏହି ଘଟଣା ପାଇଁ ବିଶେଷଜ୍ଞମାନେ ଏୟାର ଷ୍ଟ୍ରାଇକ ବାତିଲ କରିବା ପାଇଁ କରିଥିଲେ। କିନ୍ତୁ ମୋଦି ତାଙ୍କୁ ମନା କରିଥିଲେ। କାରଣ ବାଦଲ ପାଇଁ ବାୟୁ ସେନା ବିମାନ ପାକିସ୍ଥାନ ରାଡାର ଠାରୁ ବଞ୍ଚି ପାରିବ ବୋଲି ସେ କହିଥିଲେ। ମୋଦି ଙ୍କ ର ଏହି ଭଳି କଥା ଶୁଣି ଲୋକମାନେ ତାଙ୍କ ଜ୍ଞାନ କୁ ନେଇ ପ୍ରଶ୍ନ କରିବା ସହ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ।

ଏହା ସହ ମୋଦି ସେହି ସାକ୍ଷାତକାର ରେ ଆଉ ଏକ ଅବିଶ୍ୱସନୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ୧୯୮୮ ରେ ସେ ଡିଜିଟାଲ କ୍ୟାମେରା ଏବଂ ଇ ମେଲ୍ ବ୍ୟବହାର କରିବାର ପ୍ରଥମ ଲୋକ। ଯାହାକି ଆଦୌ ବିଶ୍ୱସନୀୟ ନୁହେଁ। ଏହା ସହ ସେ କହିଛନ୍ତି ଯେ ସେ ତାଙ୍କ କ୍ୟାମେରା ରେ ବିଜେପି ମୁଖ୍ୟ ଲାଲ୍କୃଷ୍ଣ ଆଡଭାନୀ ଙ୍କ ରଙ୍ଗୀନ୍ ଫଟୋ ଉଠାଇଥିଲେ। କିନ୍ତୁ ଏଠାରେ ଲୋକମାନେ ସମାଲୋଚନା କରିଛନ୍ତି ଯେ ୧୯୯୫ ମସିହା ରେ ଇ ମେଲ୍ ଆସିଥିବା ବେଳେ ମୋଦି ଏହାକୁ ୧୯୮୮ ରେ କିଭଳି ବ୍ୟବହାର କରୁଥିଲେ।

Leave a Reply

Your email address will not be published. Required fields are marked *