ଫ୍ରେଣ୍ଡ୍ସ ହେଲ୍ପ ଗ୍ରୁପ କୁ ଏଇତ ଜୀବନ ତରଫରୁ ବିପଦର ବନ୍ଧୁ ସମ୍ମାନରେ ସମ୍ମାନିତ

ମାନବ ସେବା ହିଁ ମାଧବ ସେବା ମନ୍ତ୍ର କୁ ବ୍ରତ କରି ସବୁବେଳେ ଅସହାୟ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ଫ୍ରେଣ୍ଡ୍ସ ହେଲ୍ପ ଗ୍ରୁପ କୁ ଏଇତ ଜୀବନ ତରଫରୁ ବିପଦରବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି I ବାତ୍ୟାଫୋନୀରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତବଢାଇଥିବା ସମସ୍ତ ସରକାରୀ ବିଭାଗର କର୍ମଚାରୀ ଓ ସାମାଜିକ କର୍ମୀଙ୍କୁ ଏଇତଜୀବନ ତରଫରୁ ବିପଦରବନ୍ଧୁ ସମ୍ମାନ ୨୦୧୯ରେ ସମ୍ମାନିତ କରାଯିବା ନେଇ ଏକ ସାମାଜିକ କାର୍ଯ୍ୟକ୍ରମ ସିଡିଏ-୭ ସହରାଞ୍ଚଳ ଗୋଷ୍ଠୀସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା,ସାମାଜିକ କର୍ମୀ ପ୍ରୀତିଛନ୍ଦା ଧଳ,ବରିଷ୍ଠ ସାମାଜିକ କର୍ମୀ ତଥା ମାନବାଧିକାର କର୍ମୀ ସସ୍ମିତା ଦାସ

୍,ଝୋପଡ଼ପଟି ମହାସଂଘ ସଭାପତି ବୃନ୍ଦାବନ ଦାସ ଆଜାଦ,ଏଇତଜୀବନର ସଦସ୍ୟ ମଧୁମିତା ପରିଡା,ସାମାଜିକ କର୍ମୀ ଶିବୁ ପଟ୍ଟନାୟକ ସମ୍ମାନିତ ଅତିଥି ରୁପେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *