ଜନ୍ମ ଦେଇ ଛାଡିଗଲା ମା’ । କୁନି ପିଲାର ଭରଣ ପୋଷଣର ଦାୟିତ୍ୱ ନେଲେ ହସ୍ପିଟାଲରେ ଭର୍ତ୍ତି କରାଇଥିବା ଅଟୋଚାଳକ

ଜନ୍ମ ଦେଇ ଛାଡ଼ିଗଲା ମା।କୁନି ପିଲାର ଭରଣା ପୋଷଣ କରିବା ପାଇଁ ଦାୟିତ୍ଵ ନେଲେ ହସ୍ପିଟାଲରେ ଭର୍ତି କରାଯାଇଥିବା ଅଟୋ ଚାଳକ।ଏପରି କଥା ଶୁଣିଲେ ଲାଗେ ସତରେ ମଣିଷ ପଣିଆ ଆଜି ବି ବଞ୍ଛିଛି।ଜୀବନରେ କୌଣସି ଜିନିଷ ମଣିଷର ଯୋଜନା ହିସାବରେ ହୋଇ ନ ଥାଏ।ଯାହା ଭାଗ୍ୟରେ ଥାଏ ତାହା ହିଁ ଘଟିଥାଏ।ତେବେ ଏଭଳି ଏକ ଘଟଣା ଘଟିଛି ବେଙ୍ଗଲୁରୁ ର ଜଣେ ଅଟୋ ଚାଳକଙ୍କ ସହ।

ସୂଚନା ମୁତାବକ ବେଙ୍ଗଲୁରୁରେ ଅଟୋ ଚଳାଉଥିବା ବାବୁ ମୁଦରପ୍ପା ରାତିରେ ଅଟୋ ନେଇ ଘରକୁ ଫେରୁଥିବା ବେଳେ ଜଣେ ମହିଳାଙ୍କ ଚିତ୍କାର ଶୁଣିଥିଲେ।ତାଙ୍କ ପାଖକୁ ଯିବାପରେ ମହିଳା ଜଣକ ଗର୍ଭବତୀ ଥିବାର ସେ ଜାଣିଥିଲେ।ମହିଳାଙ୍କ ପ୍ରସବ ଯନ୍ତ୍ରଣା ଦେଖି ସେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ।କିନ୍ତୁ ମହିଳାଙ୍କ ଅବସ୍ଥା ଦେଖି ଡାକ୍ତର ତାଙ୍କୁ ସିଭି ରମଣ ହସ୍ପିଟାଲ୍ କୁ ପଠେଇଥିଲେ।ସେଠାରେ ମହିଳାଙ୍କ ପ୍ରସବ କରାଯାଇଥିଲା।

କିନ୍ତୁ ନବଜାତଟି ୨ ମାସ ପୂର୍ବରୁ ଜନ୍ମ ହୋଇଥିବାରୁ ତାହାର ଓଜନ ମାତ୍ର ୮୫୦ ଗ୍ରାମ ଥିଲା।ଏହାକୁ ଦେଖି ଡାକ୍ତର ନବଜାତର ଚିକିତ୍ସା କରିବା ପାଇଁ ପାଖ ହସ୍ପିଟାଲ୍ କୁ ପଠାଇଥିଲେ।ବାବୁ ନବଜାତଙ୍କୁ ଡାକ୍ତର ଖାନରେ ଭର୍ତି କରାଇ ଶିଭି ରମଣ ହସ୍ପିଟାଲ୍ କୁ ଆସିଲା ବେଳକୁ ମହିଳା ଜଣକ ସେଠାରୁ ଫେରାର ହୋଇଯାଇଥିଲେ।ମହିଳାଙ୍କ କୌଣସି ଠିକଣା ନ ଥିବାରୁ ବାବୁ ଏବେ ନବଜାତକୁ ପାଳିବାର ନିଷ୍ପତି ନେଇଛନ୍ତି।ତେବେ ବାବୁଙ୍କ ଏମିତି କାମ ସମସ୍ତଙ୍କୁ ଅନୁପ୍ରାଣିତ କରିଛି।

Leave a Reply

Your email address will not be published. Required fields are marked *