ବଦଳି କରିଦେବାକୁ 15000 ଲାଞ୍ଚ ନେଇ ଧରାପଡ଼ିଲେ ସାଉଥ କୋ ସହକାରୀ ଯନ୍ତ୍ରୀ

ବାତ୍ୟା ଫନି ଓଡ଼ିଶାର ମେରୁଦଣ୍ଡ କୁ ଅସ୍ତବ୍ୟସ୍ତ କରି ଚାଲିଯାଇଥିବା ବେଳେ ଏବେ ରାଜ୍ୟର ଅସଲି ହିରୋ ପାଲଟିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ ମାନେ I

ଦିନରାତି ଅଖିଆ ଅପିଆ ଲାଗି 45 ଡିଗ୍ରୀ ଖରାରେ କାମ କରି ଅଧିକାଂଶ ଅଂଚଳ ରେ ବିଦ୍ୟୁତ ବ୍ୟବସ୍ତା କୁ ସ୍ୱାଭାବିକ କରିଥିବା ବେଳେ ସବୁଆଡୁ ପ୍ରସଂଶା ଛୁଟିବାରେ ଲାଗିଛି I ତେବେ ସାଉଥ କୋ ରେ ସାମ୍ନାକୁ ଆସିଛି ଜଣେ ସହକାରୀ ଜେଇ ଙ୍କ କାରନାମା Iସୂଚନା ଅନୁଯାଇ ସାଉଥ କୋ ର ଗଞ୍ଜାମ ଖଲ୍ଲିକୋଟ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ ଦୁଇ ଜଣ କର୍ମଚାରୀ ଙ୍କର ବଦଳି କରିଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଏନେଇ କର୍ମଚାରୀ ଦ୍ବୟ ଭିଜିଲାନ୍ସ ର ଦ୍ୱାରସ୍ଥ ହେବାପରେ ଏଇ ଲାଞ୍ଚ ନେଉଥିବା ସମୟରେ ସହକାରୀ ଯନ୍ତ୍ରୀ ଙ୍କୁ ଭିଜିଲାନ୍ସ ଗିରଫ କରିଛି

Leave a Reply

Your email address will not be published. Required fields are marked *