ପ୍ରଥମ ସାମ୍ବାଦିକ ସମ୍ମିଳନୀ ରେ ମୁଁ ଖୋଲିଲେନି ମୋଦି:ସବୁ ଉତ୍ତର ଦେଲେ ଅମିତ୍ ଶାହା

୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ଥିଲା ପ୍ରଚାର ର ଶେଷ ଦିବସ। ତେବେ ବିଗତ ୫ ବର୍ଷ ଭିତରେ ଯାହା ଦେଖିବାକୁ ମିଳିନଥିଲା, ଆଜି ଶେଷ ଦିନରେ ତାହା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଙ୍କ ସହିତ ଦଳ ଦଳ ମୁଖ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। କିନ୍ତୁ ଏଠାରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସେଠାରେ ସେ କୌଣସି ପ୍ରଶ୍ନ ର ଉତ୍ତର ଦେବାକୁ ମନା କରିଦେଇଥିଲେ। .

କହିଥିଲେ ଯେ ସମସ୍ତ ପ୍ରଶ୍ନ ର ଉତ୍ତର ଅମିତ୍ ସାହା ଦେବେ। ସେ ଦଳ ର ଜଣେ ଶୃଙ୍ଖଳିତ ସୈନିକ ଏବଂ ଦଳ ଅଧ୍ୟକ୍ଷ ଉପସ୍ଥିତ ଥିବାରୁ ସେ ହିଁ ସମସ୍ତ ପ୍ରଶ୍ନ ର ଉତ୍ତର ଦେବେ। ତେଣୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସାମ୍ବାଦିକ ମାନେ କରିଥିବା ସମସ୍ତ ପ୍ରଶ୍ନ ର ଉତ୍ତର ଶାହା ହିଁ ଦେଇଥିଲେ। ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ମାନେ ବାରମ୍ବାର ପ୍ରଶ୍ନ କରିବାରୁ ସାହା କହିଥିଲେ ଯେ ‘ ମୁଁ ପ୍ରଶ୍ନ ର ଉତ୍ତର ଦେବି , ପ୍ରଧାନମନ୍ତ୍ରୀ ଆପଣମାନଙ୍କ ସବୁ ପ୍ରଶ୍ନ ର ଉତ୍ତର ରଖିବା ଜରୁରୀ ନୁହେଁ।

ଆରମ୍ଭ ରେ ସାମ୍ବାଦିକ ଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ନିର୍ବାଚନ ସକାରାତ୍ମକ ଏବଂ ପ୍ରଭାବଶାଳୀ ରହିଥିଲା। ଏଥର ପ୍ରଚାର ଅଭିଯାନ ରେ ସେ ଲୋକଙ୍କୁ ଧନ୍ୟବାଦ ଦେବାପାଇଁ ଅଧିକ ଗୁରୁତ୍ବ ଦେଇଥିଲେ। ମୋଦି କହିଥିଲେ ଯେ ଜନସାଧାରଣ ତାଙ୍କୁ ୫ ବର୍ଷ ପାଇଁ ଯେଉଁ ଆଶିର୍ବାଦ ଦେଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବାପାଇଁ ମୁଁ ପୁରା ଅଭିଯାନ କୁ ବ୍ୟବହାର କରିଥିଲି। ବିଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଘଟିଯାଇଛି। କିନ୍ତୁ ଦେଶ ମୋତେ ସବୁଥିରେ ସମର୍ଥନ କରିଛି ବୋଲି ମୋଦି କହିଛନ୍ତି।

ଏହା ସହ ସେ ଆଉ ମଧ୍ୟ କହିଛନ୍ତି ଯେ ଦେଶକୁ ଆଗକୁ ନେବାପାଇଁ ବିଜେପି ର ସଂକଳ୍ପ ପତ୍ର ରେ ଅନେକ ଥର କୁହାଯାଇଛି। ସେଥି ପାଇଁ ବିଜେପି ପୁଣି ଥରେ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବା ବୋଲି ମୋଦୀ ଆଶା ରଖିଛନ୍ତି। ୨୦୧୪ ର ନିର୍ବାଚନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ୧୬ ମେ ରେ ନିର୍ବାଚନ ଫଳ ଘୋଷଣା କରାଯାଇଥିଲା ଏବଂ ନୂଆ ସରକାର ଆସିବ ସହ ଦୁର୍ନୀତିଗ୍ରସ୍ତ ଉପରେ କଡା ପ୍ରହର ହୋଇଥିଲା।

ସାମ୍ବାଦିକ ସମ୍ମିଳନୀ ରେ ଅମିତ ସହା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ବେଳେ ୧୪୨ ଟି ରାଲି ଏବଂ ୪ ରି ରୋଡ ସୋ ରେ ଯୋଗ ଦେଇଥିଲେ। ଏହାସହ ମୋଦି ଙ୍କ ପ୍ରଚାର ପାଇଁ ବିମାନ ରେ ଦେଢ଼ ଲକ୍ଷ କିଲୋମିଟର ଯାତ୍ରା କରିଥିଲେ। ଶାହା କହିଥିଲେ ବିଜେପି ନିଜ ଦମ୍ ରେ ସରକାର ଗଢିବେ। ତେବେ ଯଦି କେହି ଏନଡିଏ ଏ ସାମିଲ ହେବାକୁ ଚାହିବେ ତେବେ ତାଙ୍କୁ ସ୍ବାଗତ କରାଯିବ।

Leave a Reply

Your email address will not be published. Required fields are marked *