୩୨୫ ବର୍ଷ ପରେ ଦୋହଲିଲା ନୀଳଚକ୍ର

ମେ ୩ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଶ୍ରୀମନ୍ଦିରକୁ ଦୋହଲାଇ ଦେଲା। ଭଅଣ୍ଡ ଘର କଳସ ଭାଙ୍ଗି ଯିବା ସହ ପାର୍ଶ୍ୱ ଦେବଦେବୀ ମନ୍ଦିରରେ ଅନେକ କ୍ଷୟକ୍ଷତି କଲା।ବାତ୍ୟାରେ ଶ୍ରୀମନ୍ଦିରର ଏହି ଦୃଶ୍ୟ ବୁଦ୍ଧିଜୀବୀ ଏବଂ ଗବେଷକଙ୍କୁ ୧୬୯୪ ମସିହାରେ ଦିବ୍ୟସିଂହ ଦେବଙ୍କ ଶାସନ କାଳରେ ବାତ୍ୟା କଥା ମନେ ପକାଇ ଦେଇଛି।

ସେହି ବର୍ଷ ଭୟଂକର ବାତ୍ୟାରେ ନୀଳଚକ୍ର ଗଳି ପଡ଼ିଥିଲା।ଅନେକ ଦେଉଳରୁ ଚକ୍ର ଖସାଇ ଦେଇଥିଲା।ଶ୍ରୀମନ୍ଦିର ନୀଳଚକ୍ରକୁ ପୂର୍ବରୁ ବି ଆଘାତ ଦେଇଥିଲା ବାତ୍ୟା।ସେତେବେଳେ ଅବଶ୍ୟ ବାତ୍ୟାର ନାମକରଣ ହୋଇ ନ ଥିଲା।କିନ୍ତୁ ବାତ୍ୟା ନୀଳଚକ୍ର କୁ ଭାଙ୍ଗି ତଳକୁ ପକାଇଥିଲା ତାର ପ୍ରମାଣ ମାଦଳା ପାଞ୍ଜିରେ ରହିଛି।ଦିନ, ବାର ଏବଂ ତିଥି ଲେଖା ହେବା ସହ କି କି କ୍ଷତି ହୋଇଥିଲା ତାହା ମଧ୍ୟ ଲେଖା ଥିଲା।
୧୬୯୪ ମସିହା ଅକ୍ଟୋବର ମାସ ୬ ତାରିଖରେ ଥିଲା କାର୍ତ୍ତିକ କୃଷ୍ଣପକ୍ଷ ଏକାଦଶୀ ତିଥି।

ରାଜା ଥାନ୍ତି ଦିବ୍ୟସିଂହ ଦେବ।ଆସିଲା ଭୟଂକର ବାତ୍ୟା।ବଡ଼ ଦେଉଳରେ ନୀଳଚକ୍ର ଖସି ଭଣ୍ଡ ଗଣେଶ ଦେଉଳରେ ପଡ଼ିଲା।ମନ୍ଦିର ଚୂଳରୁ ଗାଙ୍ଗୁଲା ଖସାଇ ଦେଲା।ସେହି ବାତ୍ୟାରେ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ର ଦୋହଲି ଯାଇଥିଲା।ଆଉ ଏବେ ଆସିଲ ବାତ୍ୟା ଫନି।ରାଜା ଅଛନ୍ତି ଦିବ୍ୟସିଂହ ଦେବ।ବାତ୍ୟା ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ଦୋହଲାଇ ଦେଲା।ଯେତେ କଚା ଘର ଥିଲା ଭାଙ୍ଗିଲା।ନୀଳଚକ୍ର ବାଙ୍କିଗଲା।୧୬୯୪ ଠାରୁ ଏଯାବତ୍ ୩୨୫ ବର୍ଷ ଆଉ ଏକ ବାତ୍ୟା ଶ୍ରୀମନ୍ଦିର ଉପରେ ପ୍ରଭାବ ପକାଇଛି।

Leave a Reply

Your email address will not be published. Required fields are marked *