ନୂଆ ଗାଡି ପୂଜା କରିବାବେଳେ ଚକା ତଳେ ଲେମ୍ବୁ ରଖିବା ବେଳେ ନିଜେ ଚାପିହୋଇ ପୂଜକଙ୍କ ମୃତ୍ୟୁ

ସାଧାରଣତଃ ଆମେ ନୂଆ ଗାଡି ଆଣିଲେ ମନ୍ଦିର ଯାଇକି ପୂଜା କରିଥାଉ I ଗାଡି ଉପରେ କାହା ନଜର ନପଡିବାକୁ I ଗ୍ରହ ଦୋଷ କଟିଯାଇଥାଏ ବୋଲି ବିଶ୍ୱାସ ରହିଛି ,କିନ୍ତୁ ନୂଆ ଗାଡି ପୂଜା କରୁ କରୁ ପୂଜକ ଙ୍କ ଜୀବନ ଚାଲିଯାଇଛି I ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ର ଦୁରକାଯୋଡି ଗ୍ରାମରେ I ଏହି ଗ୍ରାମର ତ୍ରିନାଥ ପୂଜାରୀ ଏକ ନୂଆ ପିକଅପ୍ ଗାଡି କିଣିବା ପରେ ଏହାକୁ ପୂଜା କରିବାକୁ ପୂଜକ ଙ୍କୁ ଡାକିଥିଲେ I ରୀତିନୀତି ଅନୁଯାଇ ପୂଜକ ପୂଜା କରିସାରିବା ପରେ ଗାଡି ଚକା ତଳେ ଲେମ୍ବୁ ରଖି ଗାଡି ମାଲିକ ଙ୍କ ପୁଅକୁ କହିଥିଲେ I

ପୂଜକ ଙ୍କ ପୁଅ ଗାଡି ଷ୍ଟାର୍ଟ କରିବା ବେଳେ ପୂଜକ ତଳେ ପଡିଯାଇଥିଲେ ଏବଂ ଗାଡି ତାଙ୍କ ଉପରେ ଚଢ଼ିଯାଇଥିଲା ,ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଯାଇଛି I ଏନେଇ ଥାନାରେ ମାମଲା ରୁଜୁ ହେଇଚି I

Leave a Reply

Your email address will not be published. Required fields are marked *