ଆତଙ୍କବାଦୀ ଭାବି ଆଫଗାନ୍ ପୋଲିସ୍ ଉପରେ ବୋମା ପକାଇଦେଲା ଆମେରିକା ବାୟୁସେନା ! ୧୭ ମୃତ , ୧୪ ଗୁରୁତର

ଆମେରିକା ନିଜ ଭୁଲ୍ ଧାରଣ ରେ କରିଛି ଏକ ବଡ଼ ଭୁଲ୍। ଆତଙ୍କବାଦୀ ଭାବି ଆଫଗାନ ପୋଲିସ ଉପରେ ବୋମା ପକାଇଲା ଆମେରିକା ବାୟୁସେନା। ଏବଂ ଏଥିରେ ୧୭ ଜଣ ମୃତ ହୋଇଛନ୍ତି ଏବଂ ୧୪ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଉକ୍ତ ଘଟଣା ଟି ଘଟିଛି ନାହର – ଏ – ସରଜ ଜିଲ୍ଲାରେ। ଆଫଗାନ ସୁରକ୍ଷବଳୟ ଓ ତାଲିୱାନ୍ ଆତଙ୍କବାଦୀ ଙ୍କ ମଧ୍ୟରେ ଫାୟରିଂ ପରେ ଆମେରିକା ବାୟୁସେନା ପକ୍ଷରୁ ସାହାଯ୍ୟ ମଗାଯାଇଥିଲା। ଆମେରିକା ଯେତେବେଳେ ଆଫଗାନ କୁ ସାହାଯ୍ୟ ମାଗିଥିଲା ସେତେବେଳେ ପର୍ଯ୍ୟନ୍ତ ହାଇୱେ ରେ ଆତଙ୍କବାଦୀ ଙ୍କ ସୁରକ୍ଷା ଚେକ୍ ପୋଷ୍ଟ ପଛରେ ସୁରକ୍ଷା ଦେବା ପାଇଁ ଆଫଗାନ ପୋଲିସ ଙ୍କୁ ଡକାଯାଇଥିଲା। ଆଫଗାନ ପୋଲିସ ଚେକ୍ ପୋଷ୍ଟ ରୁ ଆତଙ୍କବାଦୀ ଙ୍କୁ ଘଉଡାଇବା ପାଇଁ ଚେଷ୍ଠା କରୁଥିବା ସମୟରେ ଆମେରିକା ବାୟୁସେନା ପକ୍ଷରୁ ଆକାଶ ମାର୍ଗ ରୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ରେ କୌଣସି ଆତଙ୍କବାଦୀ ର କିଛି ହୋଇନଥିବା ବେଳେ ୧୭ ଜଣ ପୋଲିସ କର୍ମୀ ଶହିଦ ହୋଇଗଲେ।

Leave a Reply

Your email address will not be published. Required fields are marked *