ରଜ ରେ ଓଡ଼ିଶା ଛୁଇଁବ ମୌସୁମୀ

ରଜରେ ଓଡ଼ିଶା ଛୁଇଁବ ମୌସୁମୀ। ଏହିଭଳି ପୂର୍ବାନୁମାନ କରିଛି ଓଡ଼ିଶା ପାଣିପାଗ ବିଭାଗ। ଦକ୍ଷିଣ – ପଶ୍ଚିମ ମୋୖସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି। ଏହା ପ୍ରଭାବ ରେ ଆଜି ଦକ୍ଷିଣ ଆଣ୍ଡାମାନ ରେ କିଛି ଅଞ୍ଚଳ ରେ ବର୍ଷା ହୋଇଛି। ଜୁନ ୬ ରେ ଏହା କେରଳ ପହଞ୍ଚିବ। କିନ୍ତୁ ରଜ ରେ ଏହା ଓଡ଼ିଶା ପହଞ୍ଚିବ ବୋଲି ପାଣିପାଗ କେନ୍ଦ୍ର ରୁ ସୂଚନା ରହିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ର ନିର୍ଦେଶକ ଏଚ୍.ଆର୍ ବିଶ୍ୱାସ ଙ୍କ ଅନୁସାରେ ମୌସୁମୀ ଆଜି ଆଣ୍ଡାମାନ ଛୁଇଁଛି ଓ ଏହା ରଜ ରେ ଓଡ଼ିଶା ଛୁଇଁବ। ସେଥିପାଇଁ ଏଥର ରଜ ରେ ବର୍ଷ ହେବାର ସମ୍ଭାବନା ଅଛି।

ଅପର ପକ୍ଷରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଆଇଏମଡି ପୂର୍ବରୁ ଆକଳନ କରିଥିଲେ ଯେ ମେ ୧୮ ରେ ମୌସୁମୀ ଆଣ୍ଡାମାନ ଛୁଇଁବ। ଆଜି ଛୁଇଁଛି ବୋଲି ଆଇଏମଡି କହିଛନ୍ତି କିନ୍ତୁ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ଆଣ୍ଡାମାନ ରେ ଭଲ ବର୍ଷା ହୋଇନି। ତେଣୁ ମୌସୁମୀ ଆଣ୍ଡାମାନ ଛୁଇଁଛି ବୋଲି କହିହେବନହିଁ।

ଏହା ବ୍ୟତୀତ ମୌସୁମୀ କେରଳ ଛୁଇଁବା ପରେ ହିଁ ଓଡ଼ିଶାରେ ଏହା କେବେ ପ୍ରବେଶ କରିବା ତାହା କହିହେବ। ଏବଂ ସ୍ୱାଭାବିକ ବର୍ଷ ହବ କି କମ୍ ବର୍ଷା ହବ ତାହା ମୌସୁମୀ କେରଳ ଛୁଁଇଁବା ପରେ ହିଁ କହିହେବ।

ସେହିପରି ଜୁନ ପ୍ରଥମ ସପ୍ତାହ ରେ ରାଜ୍ୟ ରେ ହେବକୁଜାଉଥିବା କାଳବୈଶାଖୀ ଉପରେ ମୌସୁମୀ ନିର୍ଭର କରୁଛି ବୋଲି କହିଛି ପାଣିପାଗ ବିଭାଗ। ପୂର୍ବଉପକୁଳ ରେ କାଳବୈଶାଖୀ ହେଲେ ତାହା ମୌସୁମୀ ବାୟୁ କୁ ସହାୟକ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *