ଟୋଲ୍‌ ଫି ନଦେଇ ମହିଳା କହିଲେ ମୁଁ ମନ୍ତ୍ରୀଙ୍କ ସ୍ତ୍ରୀ ମତେ ସବୁ ଫ୍ରି,କର୍ମଚାରୀ କହିଲେ ଆପଣ ମନ୍ତ୍ରୀ ଙ୍କ ସ୍ତ୍ରୀ ମନ୍ତ୍ରୀ ନୁହନ୍ତି

ଟୋଲ ଗେଟ ଦେଇ ମନ୍ତ୍ରୀ ଙ୍କ ପତ୍ନୀ ଯାଉଥିଲେ ,ଟୋଲ ଗେଟ ରେ ଆଦାୟ କରୁଥିବା କର୍ମଚାରୀ ତାଙ୍କୁ ଟୋଲ ଫି ମାଗିବାରୁ ଏଥିରେ ଉତ୍ୟକ୍ତ ହେଇ କର୍ମଚାରୀ ମାନଙ୍କ ସହିତ ଯୁକ୍ତି ତର୍କ କରିଛନ୍ତି ସମ୍ପୃକ୍ତା ମହିଳା I ସୂଚନା ଅନୁଯାଇ ଆନ୍ଧ୍ର ସିଭିଲ ସପ୍ଲାଇଜ ମନ୍ତ୍ରୀ ପ୍ରତିପଥି ପୁଲ୍ଲା ଙ୍କ ପତ୍ନୀ ପି କୌଣସି ଏକ କାମରେ ଗୁଣ୍ଟୁର ଯାଉଥିବା ସମୟରେ ବାଟରେ ଟୋଲ ଗେଟ ପଡିଥିଲା ଏବଂ କର୍ମଚାରୀ ମହିଳାଙ୍କୁ ଟୋଲ ଫି ବାବଦ ୫୬ ଟଙ୍କା ଦେବାକୁ କହିଥିଲେ ,ଏଥିରେ ମହିଳା ଜଣଙ୍କ ରାଗିଯାଇ କହିଥିଲେ କି ମତେ ତମେ ଚିହିଁନା ଙ୍କ ସ୍ତ୍ରୀ I ମତେ ସବୁ ଫ୍ରି I କୌଣସି ଫି ଲାଗିବନି I ଏବଂ ଗାଡିକୁ ଦେଖାଇ କହିଥିଲେ କି ଭଲକି ଦେଖ ଏହା ମନ୍ତ୍ରୀ ଙ୍କ ଗାଡି I

କିନ୍ତୁ ଏଥିରେ କର୍ମଚାରୀ ଜଣଙ୍କ ବିଚଳିତ ନହେଇ ମନ୍ତ୍ରୀ ଙ୍କ ସ୍ତ୍ରୀ ଙ୍କୁ କଡା ଜବାବ ଦେଇଥିଲେ , କହିଥିଲେ କି ଆପଣ ମନ୍ତ୍ରୀ ଙ୍କ ସ୍ତ୍ରୀ ,ମନ୍ତ୍ରୀ ନୁହନ୍ତି ,ମନ୍ତ୍ରୀ ଯାଇଥିଲେ ତାଙ୍କୁ ଟୋଲ ଫି ମଗାଯାଇନଥାନ୍ତା ,ଆପଣ ଦେବାକୁ ବାଧ୍ୟ ,ତାହା ଛଡା ଏ ଗାଡ଼ିରେ ଯେଉଁ ଷ୍ଟିକର ଲାଗିଛି ତାହାର ଅବଧି ଗତ ଡିସେମ୍ବର ମାସରୁ ସରିଗଲାଣି I ତେଣୁ ଆପଣ ଆଉ ମନ୍ତ୍ରୀ ଙ୍କ ସ୍ତ୍ରୀ ହେଇ ନାହାନ୍ତି ,ଜଣେ ସାଧାରଣ ମହିଳା

I ତୁରନ୍ତ ଟୋଲ ଫି ଜମା କରନ୍ତୁ ନଚେତ ଫେରିଯାଆନ୍ତୁ I ଶେଷରେ ବାଧ୍ୟ ହେଇ ମନ୍ତ୍ରୀଙ୍କ ପତ୍ନୀ ଟୋଲ ଫି ଦେଇଥିଲେ ଏବଂ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ I ଘଟଣା ଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *