ନିର୍ବାଚନ ସରିବାର ଗୋଟିଏ ଦିନପରେ ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ବଢ଼ିଛି ପେଟ୍ରୋଲ ର ଦର। ପେଟ୍ରୋଲ ର ଦର ୯ ପଇସା ଓ ଡିଜେଲ ର ଦର ୧୬ ପଇସା ବୃଦ୍ଧି ପାଇଛି। ଯାହାକି ନିର୍ବାଚନ ସରିବାର ଗୋଟିଏ ଦିନ ପରେ ଦର ବୃଦ୍ଧି ଘଟିଛି। ଭାରତୀୟ ଅର୍ଥନୀତି ରେ ମାନ୍ଦା ଅବସ୍ଥା ଯୋଗୁଁ ତେଲ ର ଏହିପରି ଭାବରେ ଦର ବୃଦ୍ଧି ଘଟୁଛି। କୁହାଯାଇଛି ଯେ ତେଲ ଆମଦାନୀ ଠିକ୍ ଭାବରେ ହୋଇପାରୁନାହିଁ ଓ ସେଥି ପାଇଁ ଏହିଭଳି ଅବସ୍ଥା ଦେଖାଯାଉଛି।

ତେଲ ଆମଦାନୀ କମିବ ଯୋଗୁ ଖୁଚୁରା ବ୍ୟବସାୟୀ ମାନେ ଅଧିକ ଦର ରେ ପେଟ୍ରୋଲ ବିକ୍ରି କରୁଛନ୍ତି। ଚଳିତ ବର୍ଷ ତେଲ ଆମଦାନୀ ରେ ମାତ୍ର ୩.୫ ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଯାଇଛି। ଏହାର ଅର୍ଥ ହେଉଛି ଦେଶ ଭିତରେ ଅଧିକ ପରିମାଣ ରେ ପେଟ୍ରୋଲ ଡିଜେଲ୍ ବିକ୍ରି ହେଉନାହିଁ। ଏଥିପାଇଁ ତେଲ ବିଶୋଧନ କରୁଥିବା କମ୍ପାନୀ ଗୁଡ଼ିକ ତେଲ କିନୁନହାନ୍ତି। ତେଲ ଆମଦାନୀ ଓ ବିକ୍ରି କରିବା ଅର୍ଥନୀତି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *