ଲୋକସଭା 2019 ନିର୍ବାଚନ ଆରମ୍ଭରେ ମମତା ବାନାର୍ଜୀଙ୍କ ଦ୍ୱାରା ଶାସିତ ପଶ୍ଚିମ ବଙ୍ଗରେ ଅରାଜକତା ନୀତି ଯୋଗୁ ହିଂସାକାଣ୍ଡ ଦେଖାଦେଇଥିଲା Iନିର୍ବାଚନ ସରିବା ସତ୍ୱେ ମଧ୍ୟ ସେହି ହିଂସାକାଣ୍ଡ ଏପର୍ଯ୍ୟନ୍ତ ଥମି ନାହିଁ I 23 ମେରେ ହେବାକୁ ଯାଉଛି ନିର୍ବାଚନ ଫଳାଫର ଘୋଷଣା କିନ୍ତୁ ତାପୂର୍ବରୁ ଦେଖାଦେଇଛି ବଙ୍ଗଳାର ଭାଟପରାରେ ହିଂସାକାଣ୍ଡ I ଖବର ଅନୁସାରେ ପଶ୍ଚିମ ବଙ୍ଗଳାର ଭାଟପାରାରେ ଜବରଦସ୍ତ ହିଂସାକାଣ୍ଡ ଦେଖାଦେଇଥିଲା I ସେହି ହିଂସାକାଣ୍ଡରେ ଉନ୍ମାଦି ତତ୍ୱ ଟ୍ରେନ ଉପରକୁ ଦେଶୀ ବମ ପକାଇଥିଲେ ଯାହା ଫଳରେ ଟ୍ରେନେରେ ଥିବା ଯାତ୍ରୀମାନେ ନିଜର ଜୀବନ ବଂଚାଇବା ପାଇଁ ଦୌଡିବାକୁ ଲାଗିଲେ I ଏହି ହିଂସାକାଣ୍ଡ ପାଇଁ ବିଜେପି ଟିଏମଏସି କାର୍ଯ୍ୟକର୍ତାଙ୍କ ଉପରେ ଆରୋପ ଲଗାଇଛି I
ଭାଟପାରାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା I ସେହି ସମୟରେ ତୃଣମୂଳ କଂଗ୍ରେସର ଏକ ସମର୍ଥକ ମଦନ ମିତ୍ରା କେନ୍ଦ୍ରୀୟ ବଳର ଏକ ଯବାନଙ୍କ ସହ ଝଗଡା କରୁଥିବାର ଏକ ଭିଡିଓ ଭାଇରଲ ହେବାର ଦେଖାଯାଇଛି I
ପୁରା ଲୋକସଭା ନିର୍ବାଚନ ସମୟରେ ବଙ୍ଗଳାରେ ଲଗାତାର ହିଂସାକାଣ୍ଡ ହେବାର ଖବର ଆସୁଛି