ଫଳାଫଳ ପୂର୍ବରୁ ହାର ମାନି ହାତ ଟେକିଦେଲେ ନିରଞ୍ଜନ ,ଅଧାରେ ରହିଗଲା ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ

ଆସନ୍ତା କାଲି ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବାବେଳେ ଆଜିଠୁ ହାତ ଟେକିସାରିଲେଣି ଓଡିଶା କଂଗ୍ରେସ ମୁଖିଆ ନିରଞ୍ଜନ ପଟନାୟକ I ତିନିମାସ ତଳୁ ମୁଖ୍ୟମନ୍ତ୍ରୀ ହେବାକୁ ଦିନ ଗଣୁଥିବା ନିରଞ୍ଜନ ଙ୍କ ସ୍ୱପ୍ନରେ ପାଣି ପଶିଯାଇଛି Iପ୍ରତ୍ୟକଦିନ ସୋସିଆଲ ମିଡିଆରେ ଫୋଟୋ ଛାଡି ଆଉ ମାତ୍ର ଏତିକି ଦିନ ରହିଲା ଓଡ଼ିଶାରେ କଂଗ୍ରେସ ଆସିବାକୁ ବୋଲି କହୁଥିବା ନିରଞ୍ଜନ ଫଳାଫଳ ପୂର୍ବରୁ ଆତ୍ମସମର୍ପଣ କରିସାରିଲେଣି Iଏନେଇ ନିରଞ୍ଜନ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ ସେମିତି ଆମେ ଆଉ ଭାବୁ ନାହୁଁ ବରଂ ପ୍ରମୁଖ ବିରୋଧୀ ଦଳର ମର୍ଯ୍ୟାଦା ପାଇବୁ କି ନା ଏବେ ସେଇ ଚିନ୍ତା I

Leave a Reply

Your email address will not be published. Required fields are marked *