ନିର୍ଧାରିତ ବସ୍‌ ଭଡ଼ା ଦେଇପାରିଲେନି ବୋଲି ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ମୋ ବସ୍‌ରୁ ଠେଲିଦେଲେ କଣ୍ଡକ୍ଟର

ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଆରମ୍ଭ ହେଇଚି ମୋ ବସ ଯୋଜନା I ଏହି ଯୋଜନାରେ ଲୋକମାନେ ଅତି ସହଜରେ ନିଜ ଲକ୍ଷ ସ୍ଥଳରେ ପହଁଚିପାରିବେ I ତେବେ ମୋ ବସ୍ ରେ ଦେଖିବାକୁ ମିଳିଛି ଏକ ଅଘଟଣ I ରାଜଧାନୀ ରେ ଜଣେ ଦିବ୍ୟାଙ୍ଗ ୭୫ ବର୍ଷୀୟା ବୃଦ୍ଧା ନିର୍ଧାରିତ ଭଡା ଦେଇପାରିନଥିଲେ ବୋଲି ତାଙ୍କୁ କଣ୍ଡକ୍ଟର ବସ ରୁ ତଳକୁ ଠେଲିଦେଇଛି I

ସୂଚନା ଅନୁଯାଇ ବୁଦ୍ଧିପଡ଼ା ଅଞ୍ଚଳର75ବର୍ଷୀୟା ପାର୍ବତୀ ରାଜଧାନୀ ର ଖଣ୍ଡଗିରି ଅନ୍ତର୍ଗତ ରଣସିଂହପୁର ରେ ଥିବା ତାଙ୍କ ଝିଅ ଘରକୁ ମୋ ବସ୍‌ରେ ଯାଉଥିଲେ ,କଣ୍ଡକ୍ଟର ଭଡା ମାଗିବାରୁ ସେ ତାଙ୍କ ଦିବ୍ୟାଙ୍ଗ କାର୍ଡ ଦେଖାଇ କିଛି ଟଙ୍କା ଛାଡ କରିବାକୁ କହିଥିଲେ ,ଏଥିରେ କଣ୍ଡକ୍ଟର ରାଗିଯାଇ ଛାଡ କିଛି ନାହିଁ କହି ବୃଦ୍ଧାଙ୍କୁ ଏମ୍‌ସ ଛକରେ ବସ ରୁ ତଳକୁ ଠେଲିଦେଇଥିଲେ

I ବୃଦ୍ଧା ଦିବ୍ୟାଙ୍ଗ ଥିବାରୁ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ଏବଂ ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ I ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି ,ଘଟଣାର ପୋଲିସ ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *