ରମଜାନ୍‌ରେ ଲସି ପଇସା ମାଗିବାରୁ ଦଣ୍ଡାରେ ପିଟି ପିଟି ମାରିଦେଲେ ମୁସଲିମ ଗୋଷ୍ଠିର ଯୁବକ

ଘଟଣାଟି ହେଉଛି ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଉତ୍ତରପ୍ରଦେଶରେ ଥିବା ମଥୁରାର ଚୌକା ବଜାରର I ଭାରତ ଯାଦବ ଲସି ବିକ୍ରି କରନ୍ତି I ଜଣେ ଧାର୍ମିକ ଧର୍ମାନ୍ଧ ଲସି ପିଇସାରିବା ପରେ ପଇସା ଦେଲେ ନାହିଁ ଭାରତ ଯାଦବ ତାଙ୍କୁ ପଇସା ମାଗିବାରୁ ସେ ହଟାତ ରାଗିଯାଇ ତାଙ୍କୁ ଦଣ୍ଡାରେ ହାମଲା କରିଦେଲା I ମାଡ଼ରେ ଆଘାତ ହୋଇଥିବା ଭାରତ ଯାଦବଙ୍କ ଚିକିତ୍ସା ଚାଲିଥିବା ସମୟରେ ଶନିବାର ରାତିରେ ପ୍ରାଣ ହରାଇଥିଲେ I ଏହା ଫଳରେ ସବୁ ଦୋକାନୀ ଏକତ୍ରିତ ହୋଇ ଆରୋପିକୁ ଗିରଫ କରିବା ପାଇଁ ଦାବି କଲେ I ଖବର ଅନୁସାରେ 18 ମେ ଶନିବାର ରାତି ପ୍ରାୟ ୮ଟାରେ ଚୌକା ବଜାରରେ ଥିବା ନାଥୋ ଲସି ଭଣ୍ଡାରକୁ ମୁସଲିମ ଗୋଷ୍ଠିର ଚାରିଜଣ ଯୁବକ ଲସି ପିଇବାକୁ ଆସିଥିଲେ Iଲସି ପିଇବା ପରେ ପଇସା ମାଗିବାରୁ ଯୁବକଙ୍କର ଦୋକାନରେ ବସିଥିବା ପଙ୍କଜ ଓ ଭାରତଙ୍କ ସହ ବିବାଦ ହେଲା I ନିର୍ବୋଧ ଯୁବକତ ସେହି ସମୟରେ ଚାଲିଗଲେ ଦେଢ଼ ଘଣ୍ଟା ପରେ ସେ ବାର ଜଣ ଯୁବକଙ୍କ ସହ ଲସି ଭଣ୍ଡାରକୁ ଆସିଲେ ସମସ୍ତଙ୍କ ହାତରେ ଲୁହା ରଡ଼ ,ଦଣ୍ଡା ଥିଲା I ସେଠି ପହଂଚିବା ପରେ ନିର୍ବୋଧ ଯୁବକମାନେ ଦୁଇଭାଇଙ୍କୁ ନିର୍ଧୁମୁ ପିଟିଲେ I ଯେତେବେଳେ ଅନ୍ୟ ଦୋକାନୀମାନେ ସେଠାକୁ ଆସିଲେ ସେତେବେଳେ ସେହି ଯୁବକମାନ ସେଠାରୁ ପଳାଇଲେ I ହାମଲାରେ ଗମ୍ଭୀର ଭାବରେ ଆଘାତ ହୋଇଥିବା ଭାରତକୁ ହସ୍ପିଟାଲରେ ଭର୍ତି କରାଗଲା I ପଂକଜର ବୟାନ ଅନୁସାରେ ପୋଲିସ ହନିଫ ଓ ଶାହରୁକୁ ସହ 15 ଜଣ ଯୁବକଙ୍କ ବିରୋଧରେ ମକଦ୍ଦର୍ମା ଜାରି କଲା I ଶନିବାର ରାତିରେ ଭାରତଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଗଲା I

Leave a Reply

Your email address will not be published. Required fields are marked *