ଓଡ଼ିଶାର ଏକମାତ୍ର ସ୍ୱାଧୀନ ବିଜୟୀ ବିଧାୟକ ,ସମ୍ପତି ମାତ୍ର ପନ୍ଦର ହଜାର , ବିଜେଡି ମନ୍ତ୍ରୀ ଙ୍କୁ ହରାଇ ଜିତିଛନ୍ତି

ନିର୍ବାଚନ ଫଳାଫଳରେ 146 ବିଧାୟକ ମଧ୍ୟରୁ ଅଧିକାଂଶ ପ୍ରାଥୀ କୋଟିପତି I ତେବେ ଓଡ଼ିଶାର ଏକମାତ୍ର ସ୍ୱାଧୀନ ପ୍ରାଥୀ ଭାବରେ ନିର୍ବାଚିତ ହେଇଛନ୍ତି ରାୟଗଡା ର ମକରନ୍ଦ ମୁଦୁଲି I କିନ୍ତୁ ଜିତିବାର ପଛର ରହସ୍ୟ ସାରା ବିଶ୍ୱକୁ ଚମକାଇ ଦେଇଛି I କାହିଁକିନା ନା ତାଙ୍କ ପାଖରେ ଅଛି କୋଟି କୋଟି ଟଙ୍କା ,ନା ଘର ବାଡ଼ି ,ନା ବ୍ୟାଙ୍କ ବାଲାନ୍ସ ନା ଦାମୀ କାର I ତାଙ୍କ ମୋଟ ସମ୍ପତି ର ପରିମାଣ ମାତ୍ର ପନ୍ଦର ହଜାର I

ହଁ ଆଜ୍ଞା ବିଶ୍ୱାସ ନହେଲେ ବି ସତ I ମକରନ୍ଦ ମୁଦୁଲି ,ରାୟଗଡା ର ଜଣେ ଗରିବ ବ୍ୟକ୍ତି କିନ୍ତୁ ଲୋକସମ୍ପର୍କ ରେ କୋଟିପତି I କାହିଁକିନା ତାଙ୍କ ପାଖରେ ଅଛି ଲୋକଙ୍କ ଭଲପାଇବା I ଯେଉଁଥିପାଇଁ ମାତ୍ର ପନ୍ଦର ହଜାର ସମ୍ପତି ର ମାଲିକ ହେଇଥିଲେ ମଧ୍ୟ ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଙ୍କୁ 4852 ଭୋଟ ରେ ପରାସ୍ତ କରିଛନ୍ତି I

ପୂର୍ବଥର ମଧ୍ୟ ସେ କଂଗ୍ରେସ ରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ହିମିରିକା ଙ୍କ ଠାରୁ ହାରିଥିଲେ I ଏଥରକ କଂଗ୍ରେସ ପକ୍ଷରୁ ଟିକେଟ ମିଳିନଥିଲା ଫଳରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ ମକରନ୍ଦ I ନିର୍ବାଚନ ପ୍ରଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର ପଡୁଥିଲେ ମଧ୍ୟ ତାଙ୍କ ସହଯୋଗୀ ସମର୍ଥକ ମାନେ ତାଙ୍କ ପାଇଁ ଟଙ୍କା ଖର୍ଚ କରି ପ୍ରଚାର କରୁଥିଲେ I

ଶେଷରେ ବିଜୟୀ ହେଇଛନ୍ତି ମକରନ୍ଦ I ଏହା ସାରା ବିଶ୍ୱରେ ଏକ ବିରଳ ,ଯେ ମାତ୍ର ପନ୍ଦର ହଜାର ଟଙ୍କାର ମାଲିକ ବିଧାୟକ ହେଇଛନ୍ତି I

Leave a Reply

Your email address will not be published. Required fields are marked *