ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା କୁ ଆସିବା କ୍ଷଣି ସେ ବୈଦେଶିକ ନୀତି ରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏସିଆ ମହାଦେଶ ରେ ନିଜ ପ୍ରଭାବ ବିସ୍ତାର କରିବାକୁ ଯାଉଥିବା ଚିନ୍ କୁ ଅଟକାଇବା ପାଇଁ ଚୀନ୍ ବିରୁଦ୍ଧ ରେ ହାତ ମିଲାଇଛନ୍ତି ଭାରତ, ଜାପାନ ଓ ଶ୍ରୀଲଂକା।
ସୂଚନା ଅନୁଯାୟୀ ଚୀନ୍ ର ବୃଦ୍ଧି ପାଉଥିବା କ୍ଷମତା କୁ ଦୃଷ୍ଟି ରେ ରଖି ଏବଂ ମହାଦେଶ ର ସନ୍ତୁଳନ ପାଇଁ ଏହି ତିନି ଦେଶ ମଧ୍ୟରେ ଆପୋଷ ବୁଝାବଣା ହୋଇଛି। କଲୋମ୍ବି ନିକଟ ରେ ବନ୍ଦର ର ସମ୍ପ୍ରସାରଣ ରେ ଶ୍ରୀଲଙ୍କା ଓ ଜାପାନ କୁ ଭାରତ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା ର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଭାରତ ଆସି ଏହି ତିନି ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ କରିବା ର ଯୋଜନା ଅଛି। ଏହି ଚୁକ୍ତି ଅନୁଯାୟୀ , କଲୋମ୍ବୋ ବନ୍ଦର ର କ୍ଷମତା ବଢାଯିବା ସହିତ ଦକ୍ଷିଣ ଏସିଆ ରେ ଏହାର ପରିବହନ କ୍ଷମତା ମଧ୍ୟ ବଢାଯିବ। ଏହି ବନ୍ଦର ନିର୍ମାଣ ହେବ ଦ୍ବାରା ଏଠାରୁ ବଡ଼ ବଡ଼ ଜାହାଜ ଯାତାୟାତ କରିପାରିବ ଯାହାଦ୍ବାରା କି ଏହି ବନ୍ଦର ଏସିଆ ର ଅର୍ଥନୀତି କୁ ସୁଦୃଢ କରିବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଉଲ୍ଲେଖଯୋଗ୍ୟ, ଏବେ ଶ୍ରୀଲଙ୍କା ୯୦ ପ୍ରତିଶତ ସାମଗ୍ରୀ ଏହି ବନ୍ଦର ଦେଇ ଇଉରୋପ, ମଧ୍ୟ ପ୍ରାଚ୍ୟ, ଆଫ୍ରିକା, ଏବଂ ଏସିଆ ର ଅନ୍ୟ ଦେଶ ମାନଙ୍କୁ ପଠାଯାଉଛି। ଏତତ୍ ବ୍ୟତୀତ ଭାରତ ଏବଂ ଜାପାନ ପୂର୍ବ ଶ୍ରୀଲଙ୍କା ରେ ଥିବା ତ୍ରୀଙ୍କମାଳି ବନ୍ଦର ର ଉନ୍ନତିକରଣ କରିବାପାଇଁ ମଧ୍ୟ ଯୋଜନା କରୁଥିବାର ଜଣାପଡ଼ିଛି। ବେଲଟ୍ ରୋଡ ପ୍ରକଳ୍ପ ଜରିଆ ରେ ଚୀନ୍ ଏହି ଅଞ୍ଚଳ ରେ ପ୍ରଭାବ ବିସ୍ଥାର କରୁଥିବା ଜଣା ପଡ଼ିବା ପରେ ଏହି ତିନି ଦେଶ ବୁଝାମଣା ପାଇଁ ଅଗ୍ରସର ହେଉଛନ୍ତି। ୨୦୧୫ ମସିହା ଠାରୁ ଶ୍ରୀଲଙ୍କା ଭାରତ ଓ ଜାପାନ ର ସହାୟତା ପାଇଁ ଅନୁରୋଧ କରି ଆସୁଛି। ଚୀନ୍ ର ଅତ୍ୟଧିକ ନିବେଶ ଯୋଗୁ ଶ୍ରୀଲଙ୍କା ଋଣ ରେ ବୁଡି ଯାଇଛି। ଏଥି ପାଇଁ ସେ ହମ୍ବନ୍ତନ୍ତା ବନ୍ଦର ର ଦକ୍ଷିଣ ଭାଗ କୁ ଚୀନ୍ କୁ ଦେବାକୁ ସେ ବାଧ୍ୟ ହୋଇଛି।