ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି ଯୋଗ ଦେବେନି ନବୀନ ଏବଂ ମମତା

ଆଜି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଥିବା ବେଳେ ଶପଥ ଗ୍ରହଣ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା I ପ୍ରଥମରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରେ ଯୋଗ ଦେବେ ବୋଲି ହଁ ମାରିଥିଲେ କିନ୍ତୁ ଉଭୟ ପରେ ମନା କରିଦେଇଛନ୍ତି I ଏନେଇ ମମତା କହିଛନ୍ତି ପ୍ରଥମରୁ ସେ ଯିବାକୁ ରାଜି ଥିଲେ କିନ୍ତୁ ଶପଥ ଗ୍ରହଣ କୁ ରାଜନୀତି କରଣ କରାଯାଉଛି

I ମିଛରେ କୁହାଯାଉଛି କି ପଶ୍ଚିମବଙ୍ଗ ରେ ରାଜନୈତିକ ହିଂସା ଯୋଗୁଁ ୫୪ଜଣ ପ୍ରାଣ ହାରିଛନ୍ତି,ସେଥିପାଇଁ ସେ ଯୋଗ ଦେବେନି I ଅପରପକ୍ଷରେ ନବୀନ ପଟନାୟକ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ନିକଟରେ ନୂଆ ସରକାର ଗଢ଼ା ହେଇଥିବାରୁ ,ବିଧାୟକ ମାନଙ୍କୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ତେଣୁ ସେ ଯୋଗ ଦେଇପାରିବେନି I

Leave a Reply

Your email address will not be published. Required fields are marked *