ଇହଲୀଳା ସମ୍ଭରଣ କଲେ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା

ବିଶିଷ୍ଟ କଣ୍ଠଶିଳ୍ପୀ କଳାକାର ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷମହନ୍ତି ଙ୍କ ଧର୍ମ ପତ୍ନୀ ଆଉ ଇହ ଜଗତ ରେ ନାହାନ୍ତି। ଗତ କାଲି ରାତି ୯ ଟା ୩୦ ରେ ସେଖବଜାର ସ୍ଥିତ ‘ ବିଚିତ୍ରବର୍ଣା ‘ ବାସଭବନ ରେ ତାଙ୍କ ର ପରଲୋକ ଘଟିଛି।

୧୯୯୬ ମସିହା ରେ ଜଗତସିଂହପୁର ତିର୍ତ୍ତୋଲ ର ରାହାମା ରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ମହାନ୍ତି ରେଭେନ୍ସା ଗାର୍ଲ୍ସ ହାଇସ୍କୁଲ ରୁ ଶିକ୍ଷା ସମାପ୍ତ କରିଥିଲେ। ଏବଂ ୧୯୭୬ ମସିହା ରେ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଙ୍କୁ ବିବାହ କରିଥିଲେ। କୁହାଯାଏ ଯେ ଅକ୍ଷୟ ମହାନ୍ତି ଙ୍କ ସଫଳତା ପଛରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା। ୨୦୦୨ ମସିହା ରେ ଅକ୍ଷୟ ମହାନ୍ତି ଙ୍କ ଦେହାନ୍ତ ପରେ ସେ ତାଙ୍କ ପିଲାମାନଙ୍କ ପାଖରେ ଯାଇ ରହୁଥିଲେ।

କିନ୍ତୁ ଆଜି ହଠାତ୍ ହୃଦ୍ ଘାତ ରେ ତାଙ୍କ ପରଲୋକ ଘଟିଛି। ତାଙ୍କ ପରୋକ ଖବର ପାଇ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ଗବେଷକ ଅଡିଟ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ଲୋକ ତାଙ୍କୁ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତିି। ମୃତ ଶଯ୍ୟା ନିକଟ ରେ ପୁଅ ମିତ୍ରଭାନୁ ମହାନ୍ତି, ଚିତ୍ରଭାନୁ ମହାନ୍ତି, ବୋହୂ ଅନିତା ମହାନ୍ତି, ତନୁଜା ମହାନ୍ତି ଓ ଝିଅ ଶ୍ରିଲେଖା, ଶ୍ରୀୟା ଓ ପ୍ରିୟା ଙ୍କ ସହିତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସତୀ ଚଉଁରା ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ଓ ବଡ଼ପୁଅ ମିତ୍ରଭାନୁ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *