୧୦ ଲକ୍ଷ ପୋଷ୍ଟ କାର୍ଡ ରେ ‘ଜୟ ଶ୍ରୀରାମ’ ଲେଖି ମମତା ଙ୍କ ପାଖକୁ ପଠେଇବ ବିଜେପି

କିଛିଦିନ ମମତା ବାନାର୍ଜୀଙ୍କ ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ ଦେଖାଯାଇଥିଲା କି ଜୟ ଶ୍ରୀରାମ କହୁଥିବା କିଛି ଲୋକଙ୍କୁ ଭୀଷଣ ଗାଳି କରୁଥିଲେ ମମତା ଏବଂ ସେମାନଙ୍କ ଛାଲ ଉତ୍ତାରିଦେବାକୁ ଧମକ ଦେଇଥିଲେ ଏପରିକି ଜୟ ଶ୍ରୀରାମ ନାରା ଦେଇଥିବା କିଛି ବିଜେପି କର୍ମୀ ଙ୍କୁ ମଧ୍ୟ ପୋଲିସ ଲଗାଇ ଆରେଷ୍ଟ କରାଇଥିଲେ I

ତେବେ ପଶ୍ଚିମବଙ୍ଗରୁ ବିଜେପି ପ୍ରାଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହେଇଥିବା ସାଂସଦ ଅର୍ଜୁନ ସିଂହ ମମତା ଙ୍କୁ ପାନେ ଦେବାକୁ ଏକ ଅଭିନବ ଉପାୟ କରିଛନ୍ତି I ଏନେଇ ଶ୍ରୀ ସିଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପାଖାପାଖି ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଯିବ ଯେଉଁଥିରେ କି କେବଳ ‘ଜୟ ଶ୍ରୀରାମ’ ଲେଖା ହେବ I

Leave a Reply

Your email address will not be published. Required fields are marked *