ସରକାରୀ କର୍ମଚାରୀ ଙ୍କ ପାଇଁ ବଢ଼ିଲା ସମସ୍ୟା ,କାମ କରିପାରୁନଥିବା ଅପାରଗ କର୍ମଚାରୀ ବିଦା ହେବେ’

କଥାରେ ଅଛି ଚାକିରୀ କରିବ ତ ସରକାରୀ ଚାକିରୀ ,ନା ଅଛି ଟେନ୍ସନ ନା ଅସୁବିଧା I କେବଳ ମାସ ପୁରିଲେ ଦରମା ଆସିବା ପକ୍କା I ସରକାରୀ ଚାକିରୀ ମଧ୍ୟରେ ଶିକ୍ଷକ ଚାକିରୀ ଆହୁରି ସୁବିଧା I ତେବେ ନିକଟରେ 82ବିଦ୍ୟାଳୟ ରେ କେହି ଜଣେ ବି ମାଟ୍ରିକ ପରୀକ୍ଷାର୍ଥୀ ପାସ ନକରିବା ସମସ୍ତଙ୍କୁ ଚକିତ କରିଥିଲା I ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ହେଇଥିବା ବେଳେ 82ବିଦ୍ୟାଳୟ ର ଫଳାଫଳ ଶୁନ ହେବା ସମସ୍ତଙ୍କୁ ଚକିତ କରିଛି I ତେଣୁ ଏହାକୁ ନେଇ ଗୁରୁବାର ଦିନ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ସମୀକ୍ଷା କରାଯାଇଥିଲା I ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ସମସ୍ତ ଘଟଣା କୁ ତଦାରଖ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କର ନିରାପତ୍ତା କୁ ପ୍ରଥମେ ଅଗ୍ରାଧିକାର ଦେଇଥିଲେ I ଏହାସହିତ ବିଦ୍ୟାଳୟ ରେ ଶୌଚାଳୟ,ପାନୀୟଜଳ,ବିଦ୍ୟୁତ ସଂଯୋଗ ଅଛିକି କି ନାହିଁ ସେ ନେଇ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଥିଲା I ଯେଉଁ ସବୁ ବିଦ୍ୟାଳୟ ରେ 10 ଜଣ ରୁ କମ ଛାତ୍ର ଛାତ୍ରୀ ଅଛନ୍ତି ସେହି ସବୁ ବିଦ୍ୟାଳୟ କୁ ବନ୍ଦ କରାଯିବ I ଯେଉଁ ବିଦ୍ୟାଳୟ ରେ ଅପାରଗ କର୍ମଚାରୀ ଅଛନ୍ତି ସେମାନଙ୍କୁ ଅନ୍ୟ ବିଦ୍ୟାଳୟ କୁ ଟ୍ରାନ୍ସଫର କରାଯିବ ,ଯଦି ସେମାନେ ନସୁଧୁରିବେ ତେବେ ସେମାନଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

Leave a Reply

Your email address will not be published. Required fields are marked *