ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି। ସେ ସଫଳତା ର ପାହାଚ ଗୋଟିଏ ପରେ ଗୋଟିଏ ଚଢି ଚାଲିଛନ୍ତି। ବର୍ତ୍ତମାନ କଲର୍ଶ ଟିଭି ରେ ପ୍ରସାରିତ ‘ ରାଇଯିଂ ଷ୍ଟାର୍ ‘ ରେ ସେ ଷଷ୍ଠ ସ୍ଥାନ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଉ ୩ ଟି ଏପିଶୋଡ ପରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଯିବ। ତେଣୁ ଅନନ୍ୟା ଙ୍କୁ ଭୋଟିଂ କରି ଶୀର୍ଷ ରେ ରଖିବାକୁ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏବଂ ମ୍ୟୁଜିକ୍ ସାଇଣ୍ଟିଷ୍ଟ୍ ପ୍ରେମ ଆନନ୍ଦ ରାଜ୍ୟ ବାସି ଙ୍କ ସହଯୋଗ ଲୋଡିଛନ୍ତି। ଆଉ ଗୋଟିଏ ସପ୍ତାହ ପରେ ଏହି ପ୍ରତିଯୋଗିତା ର ଶେଷ ରାଉଣ୍ଡ ହେବ। ତେଣୁ ଗୋଟିଏ ଲେଖାଏଁ ଭୋଟ ଦେଇ ଅନନ୍ୟା ଙ୍କୁ ବିଜେତା କରିବା ପାଇଁ ଓଡ଼ିଶା ବାସି ଙ୍କୁ ଅନୁରୋଧ କରାଯାଇଛି।
ଅନନ୍ୟା ଙ୍କ ଉଦ୍ଦେଶ୍ୟ ରେ ପ୍ରଫୁଲ୍ଲ କର କହିଛନ୍ତି ଅନନ୍ୟା ନିଜ ଶିଙ୍ଗ ରେ ମାଟି ତାଡି ଆଜି ସେ ଏ ଜାଗା ରେ ପହଞ୍ଚି ପାରିଛନ୍ତି। ତେଣୁ ଭୋଟ ଅଭାବ ରେ ଆମେ ତାଙ୍କୁ ହାରିବାକୁ ଦେବା ନାହିଁ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ କୁମାର ମଧ୍ୟ ଅନନ୍ୟା ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଏଥି ସହ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଭୁବନ ମହାନ୍ତି, ଅନନ୍ୟା ଙ୍କ ପିତା ପ୍ରସନ୍ନ କୁମାର ନନ୍ଦ, ଭାଇ ସୁରେଶ୍ କୁମାର ନନ୍ଦ, ଡ. ଅକ୍ଷୟ ମିଶ୍ର, ଅନନ୍ୟା ଙ୍କ ଗୁରୁ ନୀଳମଣି ଓଝା ଏବଂ ସନ୍ତୋଷ କୁମାର ପ୍ରମୁଖ ଅନନ୍ୟା ଙ୍କୁ ଭୋଟ ଦେବାପାଇଁ କହିଛନ୍ତି। ଅନନ୍ୟା ଙ୍କୁ ଭୋଟ ଦେବା ପାଇଁ ନିଜ ମୋବାଇଲ ରେ voot app ଡାଉନଲୋଡ କରି ସେଥିରେ ରାଇଜିଂ ଷ୍ଟାର୍ କୁ ଯାଇ ସେଥିରେ ଅନନ୍ୟା ଗୀତ ଗାଇବା କ୍ଷଣି green swipe କରି ଭୋଟ ଦେଇ ପାରିବେ।