ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ,୯ଟି କଲେଜ୍‌ରେ କେହି ଜଣେ ବି ଛାତ୍ର ଛାତ୍ରୀ ପାସ୍ କରି ପାରିଲେ ନାହିଁ

ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୋଟ ୯୭, ୭୫୦ ଛାତ୍ରଛାତ୍ରୀ
ଙ୍କ ମଧ୍ୟରୁ ୭୦,୭୦୬ ଉତୀର୍ଣ୍ଣ ହେଇଛନ୍ତି I ତେବେ ଚଳିତ ଥର ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି I ଏଥରକ ୯ଟି କଲେଜରେ ଫଳାଫଳ ଶୂନ ଅର୍ଥାତ ଜଣେ ବି କେହି ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହେଇପାରିନାହାନ୍ତି I ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ କହିଛନ୍ତି ଯେ କେଉଁ ପରିସ୍ଥିତି ରେ ଏଭଳି ହେଲା ତାହାର ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ I ସୂଚନା ଥାଉ କି ନିକଟରେ ମାଟ୍ରିକ ଫଳାଫଳ ଘୋଷଣା ହେଇଥିଲା ଏବଂ 82ଟି ସ୍କୁଲ ରେ କେହି ଜଣେ ବି ପାସ କରିପାରିନଥିଲେ I

Leave a Reply

Your email address will not be published. Required fields are marked *