ଏଥର ଦିଲ୍ଲୀର ମହିଳା ମାନଙ୍କୁ ମେଟ୍ରୋ ଏବଂ ବସରେ ଯାତାୟାତ ମାଗଣା;କେଜରିୱାଲ ଙ୍କ ନୂଆ ଘୋଷଣା

ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ବଡ଼ ଘୋଷଣା।ଦିଲ୍ଲୀର ମହିଳା ମାନେ ସହର ଭିତରେ ଟ୍ରେନ୍ ଓ ବସ୍ ରେ ମାଗଣାରେ ଯାତ୍ରା କରିବେ ବୋଲି ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ଏଥିପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ।ଏହି ସୁବିଧା ୨ ରୁ ୩ ମାସ ମଧ୍ୟରେ ଉପଲବ୍ଧ ହେବ।
ଏଠାରେ ସୂଚନାଯୋଗ୍ୟ ଯେ ଦିଲ୍ଲୀ ସରକାର ମହିଳା ମାନଙ୍କୁ ମେଟ୍ରୋ ଟ୍ରେନରେ ମାଗଣାରେ ଯାତ୍ରା ସୁବିଧା ଦେବାର ଯୋଜନା କରୁଥିବା ନେଇ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହେଲୋତ୍ ସୂଚନା ଦେଇଥିଲେ।

ଏଥିପାଇଁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ସହିତ ଯୋଗାଯୋଗ କରିଛନ୍ତି ବୋଲି ସେ କହିଥିଲେ।ମହିଳା ମାନଙ୍କୁ ନିସ୍କୁଳ୍କ ଯାତ୍ରା ପାଇଁ କିଭଳି ପାସ୍ ବ୍ୟବସ୍ଥା କରାଯିବ ବା ଏଭଳି କୌଣସି ବିକଳ୍ପ ଅଛି ସେ ବିଷୟରେ ତର୍ଜମା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।ଏହା ବାବଦରେ ଦିଲ୍ଲୀ ସରକାରଙ୍କ ଉପରେ ଅତିରିକ୍ତ ୧୨୦୦ କୋଟି ଟଙ୍କାର ବୋଝ ପଡିବ ବୋଲି କୈଳାସ ଗେହେଲୋତ୍ କହିଥିଲେ।

Leave a Reply

Your email address will not be published. Required fields are marked *