ମାହି ଙ୍କ ଘରୁ ଚୋରି, ୩ ଗିରଫ

କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଘରୁ ଚୋରି।ତାଙ୍କର ନୋୟାଡ ସ୍ଥିତ ବାସଭବନରୁ ଚୋରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।ସେମାନଙ୍କ ନିକଟରୁ ଏଲଇଡ଼ି ଟିଭି ସମେତ ଅନ୍ୟ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ୍।ଧୋନି ତାଙ୍କର ଏହି ଘରକୁ ଭଡ଼ାରେ ଦେଇଛନ୍ତି।ଘରୁ ଚୋରି ହୋଇଥିବା ନେଇ ଗତ ମାସରେ ସେକ୍ଟର ୩୯ ଥାନାରେ ଅଭିଯୋଗ କରାଯାଇଥିଲା।

ଥାନା ଆଇଆଇସି ରାଜେଶ୍ କୁମାର ଶର୍ମା ମାମଲାରେ ରାହୁଲ ବାବୁ ଓ ଇକଲାଖ୍ ନାମକ ୩ ଜଣଙ୍କୁ ଗିରଫ କରିଛି।ସେମାନଙ୍କ ନିକଟରୁ ଧୋନିଙ୍କ ଘରୁ ଚୋରି ହୋଇଥିବା ୩ ଟି ଇନ୍ଭର୍ଟର,୯ ଟି ବ୍ୟାଟେରୀ ସମେତ ଲାପଟପ୍ ,ଏଲେଡି ଟିଭି, ମୋବାଇଲ ଫୋନ ଓ ଗ୍ୟାସ ସିଲିଣ୍ଡର ଆଦି ଜବତ ହୋଇଛି।ପୋଲିସ୍ ପଚରା ଉଚରା କରିବା ପରେ ଗିରଫ ୩ ଜଣ ସେମାନଙ୍କ ଅପରାଧ ସ୍ବୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *