ନିଖୋଜ ବିମାନ ଏଏନ୍-୩୨ ରେ ହଜିଯାଇଛନ୍ତି ଓଡ଼ିଆ ପାଇଲଟ, ଉଦ୍ଧାର ପାଇଁ ପ୍ରମିଳା ଲେଖିଲେ ଚିଠି

୪ ଦିନ ଧରି ଭାରତୀୟ ବାୟୁସେନା ବିମାନ ଏଏନ୍-୩୨ ର ନିଖୋଜ କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ସାମ୍ନା କୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଘଟଣା I ନିଖୋଜ ଥିବା ବିମାନ ରେ ଅଛନ୍ତି ଜଣେ ଓଡ଼ିଆ ପାଇଲଟ I ତାଙ୍କ ନାମ ସୁନୀତ ମହାନ୍ତି ,ଘର ଗଂଜାମ ଜିଲ୍ଲା କବି ସୂର୍ଯ୍ୟନଗର I ସୂଚନା ଅନୁଯାଇ ସୁନିତ ଗତ ୩ ତାରିଖରେ ଆସାମରୁ ଉଡାଣ କରିଥିବା ବିମାନରେ ସାମିଲ ଥିଲେ ,ତେବେ ହଠାତ ବିମାନ ଟି କେଉଁଆଡେ ଅନ୍ତର୍ଦ୍ଧାନ ହେଇଯାଇଥିବା ବେଳେ ତାହାର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ

I ଓଡ଼ିଆ ପାଇଲଟ ସେହି ବିମାନ ରେ ସାମିଲ ଥିବା ନେଇ ତାଙ୍କ ଘରକୁ ବିଧିବଦ୍ଧ ଭାବରେ ଜଣାଇଦିଯାଇଥିବା ବେଳେ ଏବେ ସମସ୍ତେ ପୁଅର ଉଦ୍ଧର ଖବରକୁ ଅପେକ୍ଷା କରିଛନ୍ତି ତେବେ ଏନେଇ ସାଂସଦ ପ୍ରମିଳା ବିଶୋଇ ବିମାନ ଏଏନ-୩୨ର ନିଖୋଜ 13 ଜଣଙ୍କ ସହିତ ଗଞ୍ଜାମ ମାଟିର ଓଡ଼ିଆ ପାଇଲଟ୍‌ ଙ୍କୁ ଉଦ୍ଧାର କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ଙ୍କୁ ଚିଠି ଲେଖି ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି I

Leave a Reply

Your email address will not be published. Required fields are marked *