ଏବେ ଲଣ୍ଡନରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଷ୍ଟାଇଲ ଝାଲ୍ ମୁଢ଼ି। ତା ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ୍ ଷ୍ଟାଡିୟମ୍ ବାହାରେ।ବିଭିନ୍ନ ଡବାରେ ଭଳିକି ଭଳି ମୁଡୁମୁଡିଆ ଖାଦ୍ୟ ଦ୍ରବ୍ୟ।ଆଉ ସେ ସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲ ମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି।ଆଉ ସେଠାରେ ଏହାର ଚାହିଦା ମଧ୍ୟ ବହୁତ୍ ଅଧିକ।ଆଉ ସବୁଠୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ବିକ୍ରି କରୁଥିବା ଲୋକଜଣକ ହେଉଛନ୍ତି ଈଂଲଣ୍ଡର।ନାମ ତାଙ୍କର ଆଙ୍ଗସ୍ ଡେନନ୍।ବିଶ୍ୱକପ୍ ରେ କେତେଯେ ଗହଳି ଆଉ ଏ ବ୍ୟକ୍ତି କେତେ ଯେ ପଇସା କମେଇବେ ତାହା ହିସାବ ବାହାରେ।
ସେ ବ୍ୟକ୍ତିଜଣକ କୁହନ୍ତି ଯେ ସେ ଥରେ କୋଲକାତା ଆସିଥିବା ବେଳେ ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ପ୍ରେମରେ ପଡିଗଲେ।ଆଉ ତାଙ୍କୁ ଏହା ଏତେ ଭଲ ଲାଗୁଥିଲା ଯେ ସେ ଏହା ଉପରେ ଏକ ଫିଲ୍ମ୍ କରିବାକୁ ମନସ୍ଥ କଲେ।ସେ ବ୍ରିଟେନ ଫେରିବା ପରେ ଏକ ଫୁଡ୍ ଶୋ ରେ ତାଙ୍କୁ ଏକ ଭାରତୀୟ ଖାଦ୍ୟ ତିଆରି କରିବାକୁ କୁହାଯାଇଥିବା ବେଳେ ସେ ଝାଲ୍ ମୁଢିକୁ ବାଛିଥିଲେ।ସେ ସେତେବେଳେ ନିଶ୍ଚିତ ଥିଲେ କି ସେ ଏହି ଖାଦ୍ୟ ନିଶ୍ଚୟ କରିପାରିବେ କାରଣ ଏଥିରେ ରୋଷେଇ କରିବାକୁ ପଡ଼ିବ ନାହିଁ।ଆଉ ସେଠାକାର ଲୋକଙ୍କୁ ଏହା ଏତେ ଭଲ ଲାଗିଲା ଯେ ସେ ଲଣ୍ଡନର ବିଭିନ୍ନ ଗଳିରେ ଏହା ବିକ୍ରି କରିବା ଆରମ୍ଭ କଲେ।ଆଉ ସେ ମଧ୍ୟ ଗୋଟେ ଦୋକାନ ଖୋଲି ଏହାର ନାମ ଦେଇଛନ୍ତି ଏଭ୍ରିବଡ଼ି ଲଭସ ଝାଲ୍ ମୁଢ଼ି ଏକ୍ସପ୍ରେସ।ଏବଂ ଏହି ଦୋକାନର ଦୁଇ ପଟରେ ଦୁଇଟି ଓଁମ୍ ଚିହ୍ନ ମଧ୍ୟ ରଖିଛନ୍ତି।ଏହି ହୋଟେଲ ଟି ଇଙ୍ଗ୍ରଜୀ ରେ ଲେଖିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ତିଆରି ହୋଇଛି।